ମହିଳା ନକ୍ସଲ ପାର୍ବତୀ ଓରଫ ରିଙ୍କିଙ୍କ ଆତ୍ମ ସମର୍ପଣ

238
ADVERTISEMENT

ରାୟଗଡା,୭/୧୧ (ଡି.ଏଚ/ସୁଶାନ୍ତ ମହାରଣା) : ଦିନକୁ ଦିନ ଓଡିଶା ସରକାର ମାଓ ଦମନ ଦିଗରେ ଦୃଢ଼ ପଦକ୍ଷେପ ନେବା ସମ ୟରେ ଆଜି ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିବା ରାୟଗଡା ପୋଲିସ ପାଇଁ ଏକ ସଫଳତା ବିଷୟ l ଆଜି ପାର୍ବତୀ ଓରଫ ରିଙ୍କି ନାମକ ୨୭ବର୍ଷୀୟା ଜଣେ ମହିଳା ନକ୍ସଲ ବଂଶଧରା -ଘୁମୁସରା ନାଗାବଳୀ ଡିଭିଜନର ସକ୍ରିୟ ନକ୍ସଲ ଥିଲେ l ସେ ଛତିଶଗଡର ବିଜାପୁର ଜିଲ୍ଲାସ୍ଥିତ ବାଚାମ ଗ୍ରାମର ମହିଳା ଅଧିବାସୀ ଜଣକ ୨୦୧୩ମସିହାରୁ ନକ୍ସଲ ଦଳରେ ସକ୍ରିୟ ଅଛନ୍ତି l ସେ ୨୦୧୩ମସିହାରେ କାଡ୍ରାକା ବାନ୍ଦିଲି, ୨୦୧୪ରେ ଧାମନପଙ୍ଗା ଗୁଳିକାଣ୍ଡ, ୨୦୧୬ରେ ଦଙ୍ଗାମତି ଗୁଳିକାଣ୍ଡ ଏବଂ ଜରପା ଗ୍ରାମର ଏସଓଜି ଯବାନଙ୍କ ଉପରେ ଆକ୍ରମଣ, ୨୦୧୮ ଡ଼ିଭିଏଫ ଯବାନଙ୍କ ଉପରେ ଆକ୍ରମଣ ଓ ପାହାପାଦର ଗ୍ରାମର ବାସିନ୍ଦା ରାଜେନ୍ଦ୍ର ସାହୁ ଏବଂ ବାବୁ ପଦର ଗ୍ରାମର ଭୀମ ଦୋରା ନାମକ ବ୍ୟକ୍ତିଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିଲେ l ପୁଣି କଳାହାଣ୍ଡିର ରହୁଳା ଝିମିରି ରିଜର୍ଭ ଫୋର୍ସ ପୋଷ୍ଟରେ ଅଗ୍ନିକାଣ୍ଡ ଘଟାଇବାରେ ସେ ସମ୍ପୃକ୍ତ ଥିଲେ l କିନ୍ତୁ, ସେ ଆଜି ରାୟଗଡାର ପୋଲିସ ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରାଭଣା ବିବେକ ଏମଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି l ତାଙ୍କ ବୟାନ ମୁତାବକ ଏହି ସଂଗଠନର ରାଜୁ ନାମକ ଜଣେ ନକ୍ସଲଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ହୋଇଥିଲା। ପରେ ପରେ ସେ ଗର୍ଭବତୀ ହୋଇଥିଲେ । ମହିଳା ନକ୍ସଲ ରିଙ୍କିର ଛୁଆ ଜନ୍ମ ହୋଇ ୨ମାସ ହୋଇଥିବା ବେଳେ। ତାଙ୍କ ସଂଘଠନରେ ରିଙ୍କିଙ୍କୁ ଦୁର୍ବ୍ୟବହାର କରିବା ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ସେ କହିଛନ୍ତି।

Advertisement