ସୋର, ୧୯/୬(ଦୁନିଆ ହାଲଚାଲ) : ବାଲେଶ୍ବର ଜିଲା ସୋରରୁ ୧୪ଶହ ଲିଟର ସ୍ପିରିଟ୍ ଜବତ । ଏହି ସ୍ପିରିଟ୍ ସତ୍ୟରଞ୍ଜନ ପଂଡୁଆ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଜବତ ହୋଇଛି । ଅବକାରୀ ବିଭାଗ କର୍ମଚାରୀ ଅଭିଯୁକ୍ତ ସତ୍ୟରଞ୍ଜନ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ସୋର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା।