ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

226
ADVERTISEMENT

ଭୁବନେଶ୍ବର, ୧୯/ ୬(ଦୁନିଆ ହାଲଚାଲ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ଅଜିତ୍ ସାହୁଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପୁଲୱାମାରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣରେ ଓଡିଆ ଯବାନ ଅଜିତ୍ ସାହୁ ସହିଦ ହୋଇଥିଲେ । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଜନ୍ମଭୂମି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯିବ । ସେଠାରେ ତାଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Advertisement