ପଦ୍ମପୁର କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ତରଫରୁ ୪ ଦଫା ଦାବି ନେଇ ଆନ୍ଦୋଳନ

229
ADVERTISEMENT

ପଦ୍ମପୁର,୦୫/୧୧ (ଡି.ଏଚ/ରାକେଶ କୁମାର ଦାଶ ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ତିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପଦ୍ମପୁର କନିଷ୍ଠ ଶିକ୍ଷକ ଆଶାୟୀ ସଂଘ 4 ଦଫା ଦାବି ନେଇ ଏକ ଶୋଭାଯାତ୍ରା କରିଥିଲେ, ସଭାପତି ନିରୋଜ ମେହେର କ ନେତୃତ୍ୱ ଏବଂ ସହକର୍ମୀଙ୍କ ସହଯୋଗରେ ଏଇ ଆନ୍ଦୋଳନ ହୋଇ ଥିଲା । ଓଡିଶା ସରକାର 5t, ମୋ ସରକାର, ଭଳି ଅନେକ ଯୋଜନା ଜନକଲ୍ୟାଣ ନିମନ୍ତେ ବାହାର କରି ପାରିଛନ୍ତି, ହେଲେ ଶିକ୍ଷୟକ ନିଯୁକ୍ତି କ୍ଷେତ୍ରରେ କିପରି ପଛ ମୁହଁ ହେଉଛନ୍ତି ସରକାର ବୋଲି ସମସ୍ତ ଶିକ୍ଷୟକ ବୃନ୍ଦ ସମାଲୋଚନା କରିଛନ୍ତି । ରାଜ୍ୟରେ ପ୍ରାୟ 50,000ରୁ ଉର୍ଦ୍ଧ ଶିକ୍ଷକ ବେକାରୀ ବୁଲୁଛନ୍ତି ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ 1, 40, 000 ପଦବୀ ଫାଙ୍କା ଅଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି ହେଲେ ସରକାର କାହିଁକି ଏ ପଦବୀ ମାନଙ୍କୁ ସମ୍ପୂର୍ଣ୍ଣ କରି ପାରୁ ନାହାନ୍ତି ବୋଲି ପ୍ରଶ୍ନ ଉଠୁଛି ? ଗତ 5 ଜାନୁଆରୀ 2019 ରେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷ୍ୟରୁ ଏକ ବିଜ୍ଞପ୍ତି କନିଷ୍ଠ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ପ୍ରକାଶ ପାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପ୍ରକାର ସୂଚନା ନାହିଁ କିମ୍ବା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisement