କେନ୍ଦ୍ରପଡ଼ା, ୧୯/ ୬(ଦୁନିଆ ହାଲଚାଲ): କେନ୍ଦ୍ରାପଡ଼ା ସହର ଅନ୍ତର୍ଗତ ଦିଲରପୁରରେ ଥିବା ଗ୍ୟାଙ୍ଗ୍ଷ୍ଟର୍ ଟିଟୋ ଘରେ ବୁଧବାର ଦିନ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ତିନି ଜଣ ସହ ତାଙ୍କ ଦୁଇ ଭାଇଙ୍କୁ ମଧ୍ୟ ଗିରଫ କରିଛି। ସୂଚନାନୁଯାୟୀ , ଭୁବନେଶ୍ୱରରୁ ଆସିଥିବା ସ୍ପେସାଲ୍ ଟାସ୍କ୍ ଫୋର୍ସ ଟିମ୍ ଗ୍ୟାଙ୍ଗ୍ଷ୍ଟର୍ ଟିଟୋ ଘରେ ଚଢ଼ାଉ କରିବା ପରେ ତା’ର ଦୁଇ ଭାଇ ଜୀ ବାବୁ ଓ ଚିଟୋକୁ ଗିରଫ କରିଛନ୍ତି। ଏଥିରେ ଟିଟୋର ସଡୁ ମୁନା ମଧ୍ୟ ଗିରଫ ହୋଇଛି। ପଚରାଉଚୁରା ପାଇଁ ସେମାନଙ୍କୁ ଏସ୍ଟିଏଫ୍ ଟିମ୍ ହାଜତକୁ ନେଇଥିବା ଜଣାପଡ଼ିଛି।