ରାୟଗଡା,୨/୧୧.(ଡି.ଏଚ/ସୁଶାନ୍ତ ମହାରଣା) : ନବରଙ୍ଗପୁର ଓ କୋରପୁଟ ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ରାୟଗଡା ଜିଲ୍ଲା ଗସ୍ତ। ବିଭିନ୍ନ ସ୍କୁଲକୁ ଯାଇ ସରପ୍ରାଇସ ଭିଜିଟି ସହ ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଛନ୍ତି ମନ୍ତ୍ରୀ। ପ୍ରଥମେ କୁଟିଲି ତାପରେ ଉଦୟପୁର ପ୍ରାଥମିକ ବିଦ୍ୟାଳୟକୁ ଯାଇ କାର୍ୟ୍ଯରେ ଅବହେଳା ପାଇଁ ୫ଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହି ସ୍କୁଲରେ ୨୯ଜଣ ଛାତ୍ରଛାତ୍ରୀ ଥିବାବେଳେ ଦୁଇ ଜଣ ଶିକ୍ଷକ ରହିଛନ୍ତି। ତଥାପି ସ୍କୁଲରେ ଠିକ ଭାବରେ ପାଠପଢା ନହେଉ ଥିବାବେଳେ ପିଲାମାନେ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ପାରୁ ନଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାର ଉକ୍ତ ବିଦ୍ୟାଳୟରେ ଦଶ ବର୍ଷ ହେବ ରହିଥିବା ବେଳେ ଅନ୍ୟତ୍ର ବଦଲିସହ ସହକାରୀ ଶିକ୍ଷତ୍ରି ସୁଜ୍ଞାନି ପ୍ରଧାନଙ୍କୁ ଶିକ୍ଷାରେ ଅବହେଳା ଯୋଗୁଁ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି । ସେହି ପରି ସିଆରସି କାମଦେବ ତୁର୍କ ଓ ରାୟଗଡା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବଳରାମ ହୁଈକlଙ୍କୁ କାର୍ୟ୍ଯରେ ଅବହେଳା ଯୋଗୁଁ ଏକମାସ ଦରମା ବନ୍ଦସହ କାରଣ ଦର୍ଶlଅ ନୋଟିସ ଜାରି କରିଛନ୍ତି।ଗ୍ରାମାଞ୍ଚଳ ସ୍କୁଲ ପରିଦର୍ଶନ କରିବା ପରେ ମନ୍ତ୍ରୀ ସମୀର ଦାସ ହଠାତ ରାୟଗଡା ସହରର ଫରେଷ୍ଟ କଲୋନୀ ସ୍କୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଶିକ୍ଷକ ଓ ପିଲାମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ସହ ମାଧ୍ୟାନ୍ନ ଭୋଜ କରିଥିଲେ। ନିୟମିତ ଭାବରେ ମାଧ୍ୟାନ୍ନଭୋଜ ଦିଆ ଯାଇଛି କି ନାହିଁ ଓ ବିଦ୍ୟାଳୟରେ କିପରି ଶିକ୍ଷାଦାନ ଦିଆଯାଉ ତାହା ଉପରେ ଅବଗତ ହୋଇ ଥିଲେ ମନ୍ତ୍ରୀ।