ନଦୀକୁ ଡେଇଁ ପଡିଥିବା ଗଳିତ ଶବ ଉଦ୍ଧାର

354
ADVERTISEMENT

ଖଣ୍ଡପଡା,୩୧।୧୦(ଡି.ଏଚ) : ଖଣ୍ଡପଡା ସହରାଞ୍ଚଳରେ ପ୍ରବାହିତ କୁସୁମୀ ନଦୀକୁ ଡ଼େଇଁ ନିଖୋଜ ଥିବା ଯୁବକର ଗଳିତ ଶବକୁ ଘଟଣାର ୪ଦିନ ପରେ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣା ଘଟିବା ଦିନ ଠାରୁ ଅଗ୍ନିଶମ ବିଭାଗର କର୍ମଚାରୀଗଣ ବୋଟ୍ ଦ୍ୱାରା ଖୋଜାଖୋଜି କରୁଥିଲେ ହେଁ ନଦୀରେ ଭରପୁର ପାଣିଥିବା ଯୋଗୁଁ ସଫଳ ହୋଇ ପାରୁନଥିଲେ । ଫଳରେ ନିଖୋଜ ଯୁବକର ପରିବାର ଆଶଙ୍କା ଓ ଦୁଃଖରେ କାଳାତିପାତ କରୁଥିଲେ ।

ବୁଧବାର ଅପରାହ୍ନରେ ନୟାଗଡ଼ ଓ ଭାପୁର ଅଗ୍ନିଶମ ସେବା କେନ୍ଦ୍ରରୁ କର୍ମଚାରୀ ଆସିବା ପରେ ବିଭାଗୀୟ ସ୍ଥାନୀୟ କର୍ମଚାରୀ ମାନଙ୍କ ସହାୟତାରେ ଦୁଇଗୋଟି ବୋଟ୍ ଯୋଗେ ପୁର୍ନବାର ଖୋଜାଖୋଜି ଆରମ୍ଭ କରିଥିଲେ । ସହରାଞ୍ଚଳର ୮ନଂ ୱାର୍ଡ଼ କୁମ୍ଭାରସାହି ମୁଣ୍ଡରୁ କୁସୁମୀ ନଦୀରେ ଖୋଜାଖୋଜି ଆରମ୍ଭ କରି ସେଠାରୁ ପ୍ରାୟ ୨ କିମି ଦୂର ଇଚ୍ଛାପୁର ଓ ବୋଦସା ଗ୍ରାମ ମଧ୍ୟରେ ନଦୀ ମଧ୍ୟରେ ଥିବା ପୂର୍ବପାର୍ଶ୍ଵ ତଣ୍ଡି ଘାସବଣ ମଧ୍ୟରେ ପଚାଗନ୍ଧ ବାହାରୁଥିବା ଜାଣି ସେଠାକୁ ଯାଇ ଯୁବକର ଗଳିତ ଶବ ମୁହଁମାଡ଼ି ପଡ଼ିଥିବା ସହ ଫୁଲି ଯାଇଥିବା ଦେଖିବାକୁ ପାଇଥିଲେ ।
ସୂଚନା ମୁତାବକ ସେ ଖଣ୍ଡପଡ଼ା ସହରାଞ୍ଚଳର ୪ନଂ ୱାର୍ଡ଼ ମାଳିସାହିର ବାସିନ୍ଦା ୰ ମଧୁସୁଦନ ମହାପାତ୍ରଙ୍କର ସାନପୁଅ ସୁଶାନ୍ତ କୁମାର ମହାପାତ୍ର ଓରଫ ଟୁକୁନା ଗତ ୨୬ ତାରିଖ ଶନିବାର ପୂର୍ବାହ୍ନ ୧୧.୩୦ମିନିଟ୍ ସମୟରେ କୁସୁମୀ ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ ।

Advertisement