ସାଲେପୁର, ୧୮/୬(ଦୁନିଆ ହାଲଚାଲ ): ସାଲେପୁର ବ୍ଲକ୍ ନଈଗୁଆଁ ପଞ୍ଚାୟତର ନଈଗୁଆଁ ୬ନମ୍ବର ଓ୍ବାର୍ଡର ଅଙ୍ଗନଓ୍ବାଡି କେନ୍ଦ୍ରରୁ ରାତିରେ ଛତୁଆ ବିକ୍ରି ହେଉଥିବା ବେଳେ ଗ୍ରାମବାସୀମାନେ ଜବତ କରିଛନ୍ତି । ସେଠାରୁ ଜଣେ ଯୁବକଙ୍କୁ ଧରିଥିବା ବେଳେ କୌଶଳକ୍ରମେ ଅଙ୍ଗନଓ୍ବାଡି ଦିଦି ସେଠାରୁ ଖସିଯାଇଛନ୍ତି । ଧରାପଡିଥିବା ଯୁବକ ଜଣକ ହେଲେ ମହନାପୁର ଅଞ୍ଚଳର ସରୋଜ ମିଶ୍ର । ସରୋଜକୁ ଗାଁ ଲୋକେ ଅଟକ ରଖି ଛତୁଆ ସହିତ ସାଲେପୁର ପୋଲିସ ଜିମା ଦେଇଛନ୍ତି ।