ରାୟଗଡ଼ା,୨୫/୧୦(ଡ଼ି.ଏଚ/ସୁଶାନ୍ତ ମହାରଣା ) : ରାୟଗଡା ଜିଲ୍ଲା ବିସମକଟକ ବ୍ଲକର ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜକୁ ଜିଲ୍ଲା ଶିକ୍ଷାଅଧିକାରୀ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ବିସମକଟକ ପୋଲିସ ଜଣେ ନକଲି ଶିକ୍ଷାଅଧିକାରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି ନକଲି ଅଧିକାରୀ ଜଣକ ହେଲେ କୋଲନରା ବ୍ଲକ ଖେଦାପଡା ଗ୍ରାମର ଭୀମ ଗାଁନ୍ତା , ଗତ କାଲି ସରତେଲି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ସେଠାରେ ଶିଶୁକଲ୍ୟାଣ ବିଭାଗ ସଂଯୋଜକ କହି ଖାତା ପତ୍ର ଯାଞ୍ଚ କରିବା ସହ ଅନିୟମିତତା ଥିବା କହି ଅର୍ଥ ଦାବି କରିଥିଲେ , ପରେ ସ୍କୁଲରେ ମଧ୍ୟ ଅନିୟମିତତା ଥିବା କହି କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ଠାରୁ ଛ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗ ହେବା ପରେ ଗ୍ରାମବାସୀ ମାନେ ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ସମସ୍ତ ବିଷୟ ତଦନ୍ତ କରିବା ପରେ ନକକି ଶିକ୍ଷା ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ଼ା ଏସପି ସର୍ବଣ ବିବେକ ସୂଚନା ଦେଇଛନ୍ତି ।