ବରଗଡ଼ ,୨୫/୧୦(ଡ଼ି.ଏଚ/କୁଞ୍ଜବିହାରୀ ସାହୁ ) : ଭାରତର ଅଗ୍ରଣୀ ଷ୍ଟାଟଅପ କମ୍ପାନୀ ମଧ୍ୟରେ ନେକ୍ସଟା କମ୍ପାନୀ ସମଗ୍ର ଦେଶ ତଥା ଦେଶ ବାହାରେ ପ୍ରସିଦ୍ଧି ହାସଲ କରି ପାରିଛି । ଏହି କମ୍ପାନୀର ସଫଳତା ପାଇଁ ଶ୍ରେୟ ଯାଏ ସରକଣ୍ଡା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ନେକ୍ସଟା କମ୍ପାନୀର ଯୁଗ୍ମ ପ୍ରତିଷ୍ଠାତା CTO ଶ୍ରୀମାନ ପ୍ରଭାତ କୁମାର ସାହୁ ମାନସ ରଞ୍ଜନ ପାଣିଗ୍ରାହୀ ଏହି ଦୁଇ ଜଣଙ୍କ ଉପରେ । ଶ୍ରୀମାନ ସାହୁ ଓ ତାଙ୍କ ସହଯୋଗୀଙ୍କ ପ୍ରଚେଷ୍ଟା ଓ ଉଦ୍ୟମରେ ପ୍ରତିଷ୍ଠିତ ନେକ୍ସଟା କମ୍ପାନୀର ସଫଳତା ପାଇଁ ସରକଣ୍ଡା ଉଚ୍ଚ ବିଦ୍ୟାଳୟ ଗର୍ବିତ । ସେ ଦୁହିଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଓ ଉତ୍ତରୋତ୍ତର ଉନ୍ନତି ହେଉ ଏହା ହିଁ ସରକଣ୍ଡା ଉଚ୍ଚ ବିଦ୍ୟାଳୟର କାମନା । ପ୍ରକାଶ ଥାଉ କି ଶ୍ରୀମାନ୍ ପ୍ରଭାତ କୁମାର ସାହୁ ସରକଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସିକତା ସାହୁଙ୍କ ସୁଯୋଗ୍ୟ ସନ୍ତାନ ଓ ସରକଣ୍ଡା ଗ୍ରାମର ବାସିନ୍ଦା ।