ବରଗଡ଼, ୨୪ା୧୦(ଡ଼ି.ଏଚ/କୁଞ୍ଜବିହାରୀ ସାହୁ ): ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ଉନବିଂଶତମ ବାର୍ଷିକ ଉତ୍ସବ ତଥା ଗାୟତ୍ରୀମହାଜଜ୍ଞ ନୃସିଂହନାଥ ସ୍ଥିତ ଗାୟତ୍ରୀପୀଠ ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟକର୍ତା ଭାବେ ଶ୍ରୀଯୁକ୍ତ ଆଶୁତୋଷ ରଥ ଓ ତାଙ୍କ ଧର୍ମପତ୍ନୀ ପୂଜାର୍ଚ୍ଚନା କରଥିଲେ । ବ୍ରାହ୍ମଣ ସମାଜର ସଭାପତି ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ବସନା ଛତିଶଗଡରୁ ଶ୍ରୀଯୁକ୍ତ ବିଦ୍ୟାଧର ଶତପଥି ମୁଖ୍ୟଅତିଥି , ମୁଖ୍ୟବକ୍ତା ଶ୍ରୀଯୁକ୍ତ ପୁରନ୍ଦର ମିଶ୍ର ,ନୂଆପଡ଼ାରୁ ମୃତ୍ୟୁଞ୍ଜୟ ପଣ୍ଡା,ଗୋକୁଳାନନ୍ଦ ମହାପାତ୍ର, ନିମାଇଁ ନନ୍ଦ ହୋତା,ରୋହିତ ମିଶ୍ର, ସୁବଳ ପଣ୍ଡା,ବଳଦେବ ପୁରୋହିତ,ବିଭୁତି ଭୂଷଣ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମାଜ ପ୍ରତି ଅନେକ ମତବ୍ୟକ୍ତ କରିଥିଲେ । ସତ୍ୟନାରାୟଣ ଯୋଶୀ ଅତିଥି ପରିଚୟ ପ୍ରଦାନକରିଥିଲେ । ମାତୃପ୍ରସାଦ ରଥ ସଭାପରିଚାଳନା କରିଥିବାବେଳେ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ନିର୍ଭୁଲଗଣନାରେ ପ୍ରସ୍ତୁତ 2020 ମସିହାର ଶ୍ରୀ ଶ୍ରୀ ନୃସିଂହନାଥ ପଞ୍ଜିକା ଓ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ମାନବସମାଜକୁ ସତ୍ୟ ନିଷ୍ଠା କର୍ମକୁସଲି ହେବା ତଥା “ସର୍ବେଭାବନ୍ତୁ ଶୁଖିନଃ ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣୀ ପାସ୍ୟନ୍ତୁ ମା କଶ୍ଚିତ ଦୁଃଖ ଭାଗ ଭାବେହଃ ” ର ବାର୍ତ୍ତା ଦେଇ ଶ୍ରୀଯୁକ୍ତ ସଙ୍କରପ୍ରସଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।