ବ୍ରହ୍ମପୁର, ୧୮/୬(ଦୁନିଆ ହାଲଚାଲ): ସମ୍ବଲପୁର କ୍ଷେତରାଜପୁର ରେଳଷ୍ଟେସନରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଏକ ନାବାଳକକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ୍ । ଉଦ୍ଧାର ନାବାଳକର ନାମ ଶିବ ମଲ୍ଲିକ(୧୧) । ସେ ବ୍ରହ୍ମପୁର ଅଂଚଳର ଖ୍ରୀଷ୍ଟିୟାନପଡା ଅଂଚଳର । ଗତକାଲି ଭୁଲବଶତଃ ଟ୍ରେନରେ ଚଢିଯାଇଥିବା ବେଳେ ଆଜି ସମ୍ବଲପୁର ଷ୍ଟେସନରେ ପହଂଚିଥିଲେ । ଚାଇଲ୍ଡଲାଇନ୍ କର୍ମଚାରୀ ଜ୍ୟୋତି ଶତପଥୀ ଓ ତାଙ୍କ ଟିମ୍ ଖବର ପାଇ ତାକୁ ଉଦ୍ଧାର କରି ସିଡବ୍ଲୁସି ରେ ହାଜର କରିବା ପରେ ରକ୍ମଣୀଲାଠ୍ ବାଳ ନିକେତନରେ ରଖାଯାଇଥିବା ପ୍ରକାଶ । ବର୍ତ୍ତମାନ ସୁଦ୍ଧା ନାବାଳକର ପରିବାର ସହ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି । ପରିବାର ଲୋକଙ୍କ ସହ ଯୋଗାଯୋଗ ହେଲାପରେ ତାଙ୍କୁ ଗଞ୍ଜାମ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି ସମ୍ବଲପୁର ସିଡବ୍ଲୁସି ଚେୟାରମ୍ୟାନ ବଜେନ୍ଦ୍ର କିଶୋର ପଣ୍ଡା ସୂଚନା ଦେଇଛନ୍ତି ।