ପାଇକମାଳ, ୨୨/୧୦ (ଡି.ଏଚ/କୁଞ୍ଜ ବିହାରୀ ସାହୁ) : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମରୁ ଚିରୋଲୀ ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଅଧାପନ୍ତରିଆ ହୋଇପଡ଼ି ରହିଛନ୍ତି ଫଳରେ ଅଞ୍ଚଳବାସୀ ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି ଚାରପାଲି ଛକ ଠାରୁ କିଛି କଂକ୍ରିଟ ରାସ୍ତା କରାଯାଇଛି ଅବଶିଷ୍ଟ ରାସ୍ତା କାମ ନ କରି ଠିକାଦାର ବନ୍ଦ ରଖିଛନ୍ତି ଏନେଇ ଅଞ୍ଚଳବାସୀ ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ୍ୟ ଏହାର କୌଣସି ପଦକ୍ଷେପ ନେଇନଥିବାର ଦେଖାଯାଇଥିଲା ଏଣି କି ଯଦି ରାସ୍ତା କାମ ନ ହୁଏ ତାହାଲେ ରାସ୍ତା ରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।