ଅଣସର ଘରେ ଜ୍ବରଗ୍ରସ୍ତ ମହାପ୍ରଭୁ; ମିଳିବ ପଟିଦିଅଁଙ୍କ ଦର୍ଶନ

237
ADVERTISEMENT

ପୁରୀ, ୧୮/୬(ଡି.ଏଚ.ବି): ଗତକାଲିର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନକରିବାରୁ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର ଘରେ ଜ୍ୱରରେ ପୀଡ଼ିତ। ତେଣୁ, ଆଜିଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି। ବିଭିନ୍ନ ଉପଚାରରେ ତିନି ଠାକୁରଙ୍କ ସେବା କରିବେ ଦଇତାପତି ସେବକମାନେ। ଏହି ସମୟରେ ରତ୍ନସିଂହାସନରେ ଦାରୁଦିଅଁଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଭକ୍ତଙ୍କୁ ଦର୍ଶନ ଦେବେ ପଟିଦିଅଁ।

ସୂଚନାଯୋଗ୍ୟ ଯେ, ଅଣବସର ବେଳେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମାଁ ଭୁବନେଶ୍ୱରୀ ପଟିଦିଅଁ ଭାବେ ପୂଜା ପାଇଥାନ୍ତି। ଶ୍ରୀ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ତଥା ନୃସିଂହଦେବ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଇଥାନ୍ତି।

Advertisement