କୁକୁଡାଖଣ୍ଡି, ୧୦/୧୦(ଡି.ଏଚ/ଇ.ରଞ୍ଜନ) : ଝାଡଖଣ୍ଡ ରାଞି ଠାରେ ଅକ୍ଟୋବର ୧ରୁ୬ ପଯ୍ୟନ୍ତ ଚାଲିଥିବା ୩୦ତମ ସବଜୁନିୟର ନେସନାଲ ମିଟ ଖୋଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରାୟ ୨୯ ବଷ ପରେ ଓଡିଶା ଦଳ ପୁରୁଷ ଓ ମହିଳା ବିଭାଗରେ ଟାଇଟଲ ହାତେଇନେଇଛି । ଉଭୟ ପୁରୁଷ ଓ ମହିଳା ଦଳର ଫାଇନାଲ ମ୍ୟାଚ ଓଡିଶା ଓ ମହାରଷ୍ଟ୍ର ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଓଡିଶାରୁ ଯୋଗଦେଇଥିବା ପୁରୁଷ ଓ ମହିଳା ଦଳ ଆଶାଶିତ ସଫଳତା ହାସଲ କରିଛି । ପୁରୁଷ ବିଭାଗ ଫାଇନାଲ ମ୍ୟାଚରେ ରନରସପ ହୋଇ ସିଲଭର ମେଡାଲ ହାସଲକରିଥିବା ବେଳେ ମହିଳା ବିଭାଗ ଫାଇନାଲରେ ଓଡିଶା ଦଳ ଚାମ୍ପିଆନ ହୋଇ ଗୋଲ୍ଡ ମେଡାଲ ପାଇ ବାଜିମାରି ନେଇଥିଲା । ଓଡିଶାର ପୁରୁଷ ଓ ମହିଳା ଦଳରେ ଗଂଜାମ ଜିଲ୍ଲାରୁ ଦୁଇ ଜଣ ପ୍ରତିନିଧିତ୍ବ କରିଥିଲେ । ପୁରୁଷ ବିଭାଗରେ କୁକୁଡାଖଣ୍ଡିର ଚନ୍ଦନ ଗୌଡ(୧୪)ଓ ମହିଳା ଦଳରେ ଗିରିସୋଲାର କେ.ମୋନିକା । କୁକୁଡାଖଣ୍ଡି ଅରବିନ୍ଦ ନଗରର ଶ୍ୟାମଗୌଡଙ୍କ ପୁଅ ଚନ୍ଦନ ଗୌଡ । କୁକୁଡାଖଣ୍ଡି ହାଇସ୍କୁଲେ ଅଧୟନ ବେଳେ ଚନ୍ଦନ ୨ବର୍ଷ ପୂବେ ଖୋଖୋ ଖେଳିବା ଆରମ୍ଭ କରିଥିଲେ । ଜିଲ୍ଲା ଏବଂ ରାଜ୍ୟ ସ୍ଥରରେ ଅଳ୍ପ ବର୍ଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପରେ ଜାତୀୟ ସ୍ଥରରେ ଖେଳିବା ପାଇଁ ଓଡିଶା ଦଳରେ ତାକୁଂ ସ୍ଥାନ ମିଳିଥିଲା।