ଜଗଦଳପୁର ଠାକୁରାଣୀଙ୍କ ପଟୁଆର ସହ ବିଭିନ୍ନ ସାହି ପରିକ୍ରମା

255
ADVERTISEMENT

କୁକୁଡାଖଣ୍ଡି, ୧୬/୬(ଇ.ରଞ୍ଜନ): ଜଗଦଳପୁର ଗ୍ରାମରେ ବର୍ଷକ ୧୨ଟି ସଂକ୍ରାନ୍ତି ମଧ୍ୟରୁ ଏହି ରଜ ସଂକ୍ରାନ୍ତି ଅନ୍ୟତମ | କାରଣ ଏହି ସଂକ୍ରାନ୍ତିରେ କୁନି କୁନି ପିଲାଙ୍କଠାରୁ ନେଇ ଘରମାନଙ୍କ ଝିଅ-ବୋହୂଙ୍କ ମୁହଁରେ ଆନନ୍ଦ କହିଲେ ନ ସରେ | ଏହିଦିନ ପିଠାପଣା ଖାଇ ରଜ ଦୋଳି ଖେଳିବା ସାଙ୍ଗକୁ ଗାଁ ଲୋକେ ନାଟକ ଯାତ୍ରା ଦେଖିବାକୁ ମଧ୍ୟ ଯାଇଥାନ୍ତି | ଏହି ସଂକ୍ରାନ୍ତିରେ ଠାକୁରାଣୀ ମାଁଙ୍କ ମନ୍ଦିରରେ ହୋମଯଜ୍ଞ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହୋଇଥିଲା | ଏହି ଯଜ୍ଞାନୁଷ୍ଠାନ କୃଷକଙ୍କ ପାଇଁ ବେଶ ସହାୟକ ହୋଇଥାଏ | ବର୍ଷା ହେଲେ ଚାଷ ଜମିରେ ତଳି ପକାଇବା ନିମନ୍ତେ ମାଁଙ୍କଠାରେ ଏହି ଯଜ୍ଞ କରାଯାଇଥାଏ |

ଶେଷରେ ମା’ଙ୍କୁ ଘଣ୍ଟଘଣ୍ଟା, ଧୁମତାଡ଼କା, ବାଡ଼ିଖେଳ ସହ କାଠି ଖେଳ, ସାପ ସାପୁଆଣି ଭଳି ଅନେକ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା ଗ୍ରାମର | ବିଭିନ୍ନ ସାହିମାନଙ୍କରେ ଭାରତଲୀଳା ସହ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା | କିନ୍ତୁ ବର୍ଷା ହେବାସହ ଘନଘନ ବିଦ୍ୟୁତକାଟ ଯୋଗୁଁ ପ୍ରାୟ ସ୍ଥାନରେ ନାଟକ ସ୍ଥଗିତ ହୋଇଯାଇଥିଲା |

Advertisement