ଜନ ଆରୋଗ୍ୟ ଯୋଜନାରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ ।

10
ADVERTISEMENT

କୁକୁଡାଖଣ୍ଡି,୧୨/୪(ଇ ରଞ୍ଜନ):-ଭାରତ ସରକାରଙ୍କ ବୃହତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁକ୍ରବାର ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଙ୍କ ଉପସ୍ଥିତ ରେ ଓଡିଶା ରେ ପ୍ରଚଳିତ ହୋଇଥିବା ବେଳେ ଏହା ବିଭିନ୍ନ ଜିଲ୍ଲା ରେ ପାଳିତ ହୋଇଯାଇଛି l ସେହିପରି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ୫ ଟି ପଂଚାୟତ ଅଧିନସ୍ତ ରୋଗୀ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବାଲିପଡା ପଡିଆ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିପଡ଼ା ସମେତ ଡ଼େଙ୍ଗାପଦାର,ଲାଞ୍ଜିଆ, ଦକ୍ଷିଣପୁର,ରୋହିଗାଁ ପଂଚାୟତର ଲୋକ ଏବଂ ଜନପ୍ରତିନିଧି ଉପସ୍ଥିତ ଥିବା ବେଳେ ଜଗଦଳପୁର ସିଏଚଓ ଅନ୍ତର୍ଗତ ମସିହାଖାଲି,ଏବଂଜଗଦଳପୁର, କୁକୁଡାଖଣ୍ଡି, ଅଙ୍କୁଶପୁର, ବଉଳଝୋଳି ଗ୍ରାମପଂଚାୟତ ର ଅଞ୍ଚଳର ହିତାଧିକାରୀ ଉପସ୍ଥିତ ରହି କାର୍ଡ ସଂଗ୍ରହ କରିଥିବା ବେଳେ ସେହିପରି ହୁଗୁଳାପଟ୍ଟାର ଲୁଚାପଡା, ନିମଖଣ୍ଡି ଏବଂବୋରିଗାଁ, ଏବଂ ହୁଗୁଳାପଟ୍ଟାର ବହୁ ହିତାଧିକାରୀ ହୁଗୁଳାପଟ୍ଟା ସିଏଚଓ ନିକଟରେ କାର୍ଡ ସଂଗ୍ରହ କରିଥିଲେ l

ସେହିପରି ବନ୍ଥପଲ୍ଲୀ,ଅନନ୍ତlଇ, ଶିହଳା ଏବଂ ଲାଠି ଅନ୍ତର୍ଗତ ମହୁଡା, ଶିହଳା, କଙ୍କିଆ ଭଳି ପଂଚାୟତ ରୁ ଆସିଥିବା ବହୁ ହିତାଧିକାରୀ ଲାଠି ସିଏଚଓ ଅଧୀନ କାର୍ଯ୍ୟକ୍ରମ ରେ କାର୍ଡ ସଂଗ୍ରହ କରିଥିଲେ l ଏଭଳି ବ୍ଲକର ପ୍ରାୟ ୨୦ ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଏଏନଏମ କେନ୍ଦ୍ରରୁ ୧୨୪ ଟି ଗ୍ରାମର ଜନ ସାଧାରଣ ସିଏଚଓ ଅଧିନସ୍ତ ଲୋକଙ୍କୁ ନେଇ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜନ ଆରୋଗ୍ୟ ଯୋଜନାରେ ଲାଭବାନ ହୋଇଛନ୍ତି l ଏହି କାର୍ଡ ପ୍ରଥମେ ସରକାର ଙ୍କ ପକ୍ଷରୁ ଆୟୁଷ୍ମାନ କାର୍ଡର ଉଦ୍ଘାଟନ ସହ ଜନ ସାଧାରଣ ଲୋକଙ୍କୁ ଏହାର ଉପକାର ଉପରେ ସଚେତନତା ସୃଷ୍ଟି କରାଯାଇଥିଲା l ଏହି କାର୍ଯ୍ୟକ୍ରମ ବିଡ଼ିଓ ପୋଲ୍ଲବୀ ସ୍ୱାଇଁଙ୍କ ତତ୍ୱାବଧାନ ରେ ଶୁଭାରମ୍ଭ ହୋଇଯାଇଛି l ଏ ଅବସରରେ ବାଲିପଡା କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଯୋଜନା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ l ଏଥିରେ ବ୍ଲକ ଭାରପ୍ରାପ୍ତ ଅଧକ୍ଷା ବିଷ୍ନୁପ୍ରିୟା ପାତ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁମିତ ସାହୁ,ସରପଞ୍ଚ ଝିଲି ସେଠି,ପ୍ରତିନିଧି ଜିତେନ୍ଦ୍ର ସେଠି,ସମାଜସେବୀ ଉଦୟ ବେହେରା,ରୋହିଗାଁ ପୂର୍ବତନ ସରପଞ୍ଚ ସଂଗ୍ରାମ ସିଂ, ସମିତିସଭ୍ୟା ଲକ୍ଷ୍ମୀ ସ୍ୱାଇଁ,ସଞ୍ଜୟ ସେଠି, ଗୋବିନ୍ଦ ବିଷୟୀ ଙ୍କ ସମେତ ଅଧିକାରୀ ଉପସ୍ଥିତ ଥିବା ବେଳେ ଜଗଦଳପୁର ନିକଟରେ ସରପଞ୍ଚ କ୍ରାନ୍ତିଦେବିଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ, ସ୍ୱାସ୍ଥ୍ୟକେନ୍ଦ୍ରର ଡ଼lକ୍ଟର ସମର୍ପିକା ପାଢ଼ୀ,ସୁନିତା ପ୍ରଧାନ, ମହନ୍ତ ଚିନ୍ମୟନନ୍ଦ ଦାଶ, ଆଙ୍କୁଶପୁର ମଣ୍ଡଳ ସଭାପତି ବାବୁଲା ପାତ୍ରଙ୍କ ସମେତ କନିଷ୍ଟ ଯନ୍ତ୍ରୀ ସଞ୍ଜୟ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଲାଠି ରେ ରାଧା ମୋହନ ସେଠିଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ସରକାରୀ କର୍ମଚାରି ଏବଂ ବହୁ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Advertisement