ଭୁବନେଶ୍ୱର,୩୦/୧୧(ଡ଼ି.ଏଚ୍.ବ୍ୟୁରୋ):-ବିଧାନସଭା ଶୀତ ଅଧିବେଶନର ଆରମ୍ଭ ଦିନରୁ ବିରୋଧୀ ଦଳର ସଦସ୍ୟମାନେ ଗୌତମ ଅଦାନୀଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଏବଂ ଉତ୍ତରପ୍ରଦେଶ ସମ୍ଭଲ ଓ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରି ଗୃହକାର୍ଯ୍ୟକୁ ଅଚଳ କରିଚାଲିଛନ୍ତି। ଫଳରେ ଅଧ୍ୟକ୍ଷ ଗୃହକୁ ଡିସେମ୍ବର ୨ (ସୋମବାର) ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।