ଯୌତୁକ ପାଇଁ ନବ ବଧୂକୁ ହତ୍ୟା : ଝିଅର ବାପଘରୁ ଅଭଯୋଗ

234
ADVERTISEMENT

ନବରଙ୍ଗପୁର,୨୧/୮(ଏଜେନସି): ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ବାପ ଘର ପକ୍ଷରୁ ଲିଖିତ ଅଭିଯୋଗ ପରେ, ପୁଲିସ୍‌ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି । ସୂଚନା ଅନୁସାରେ, ମୈଦଲପୁର ଥାନା ଅନ୍ତର୍ଗତ କାକୁଡ଼ିଆମ୍ବ ଗାଁର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ । ରଶ୍ମିତା ଆଣିଥିବା ଯୌତୁକ ଯଥେଷ୍ଟ ନଥିବା ଏବଂ ସୁନା କମ୍‌ ଆଣିଥିବା ଅଭିଯୋଗ କରି ଶାଶୂ ଘର ଲୋକେ ଅଧିକ ଟଙ୍କା ଦେବା ପାଇଁ ଦାବି କରିଥିଲେ। ଏନେଇ ଅଗଷ୍ଟ ୫ ତାରିଖ ଦିନ ରଶ୍ମିତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗତକାଲି ରଶ୍ମିତା ଅସୁସ୍ଥ ଥିବା ନେଇ ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ ରଶ୍ମିତାଙ୍କର ମୃତ୍ୟୁ ଘଟି ସାରିଥିଲା। ତାଙ୍କ ମୃତଦେହକୁ ନବରଙ୍ଗପୁର ମେଡିକାଲ୍‌କୁ ନିଆଯାଇ ଶବ ଗୃହରେ ରଖାଯାଇଥିଲା । ରଶ୍ମିତା ଫ୍ୟାନ୍‌ରେ ରଶି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂ ଘର ଲୋକେ କହିଛନ୍ତି ।

Advertisement