ଭୁବନେଶ୍ୱର,୨୩/୧୦(ଡି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଧୀରେ ଧୀରେ ଗଭୀର ଅବପାତ ରୂପ ନେଇ ଆଜି ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ। ଏବଂ ଏହା ବାତ୍ୟାର ରୂପ ନେଇ ଆସନ୍ତା ୨୫ କିମ୍ବା ୨୬ ତାରିଖ ରେ ବାଂଲାଦେଶର ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ୨୩ରୁ ୨୫ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ।