ଭୁବନେଶ୍ୱର,୨୧/୧୦(ଡି.ଏଚ ବ୍ୟୁରୋ):-ଆରମ୍ଭ ହୋଇଛି ଗଣପର୍ବ ଦଶହରା। ଚଳିତ ବର୍ଷ କଟକ ମହାନଗରର ୩୨ଟି ମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ଼ ପ୍ରସ୍ତୁତ ହୋଇଥିବା ବେଳେ ୧୦ଟି ମେଢ଼ରେ ସୁନାର ସାଜସଜ୍ଜା ହୋଇଛି। ଏବଂ ପ୍ରଥମ ଥର ପାଇଁ କଟକରେ କାଚ ଓ ପିତଳର ମେଢ଼ ପ୍ରସ୍ତୁତ କରାଯାଇଛି। ସହରର ୫ଟି ସ୍ଥାନରେ ସୁଉଚ୍ଚ ଆକର୍ଷଣୀୟ ତୋରଣ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଅତ୍ୟାଧୁନିକ ଲାଇଟ୍ ଗେଟ ରୌପ୍ୟନଗରୀର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି।