ରାଉରକେଲା,୧୩/୧୦(ଡି.ଏଚ ବ୍ୟୁରୋ):-ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଞ୍ଚାୟତ ଲୁନଗଢ଼ା ବସ୍ତିରେ ମାନସିକ ବିକୃତ ବାପାର ନାରକୀୟ କାଣ୍ଡ। ଟାଙ୍ଗିଆରେ ହାଣି ନିଜ ଦେଢ଼ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବାବେଳେ ପୁଅକୁ ବଞ୍ଚାଇବାକୁ ଯାଇ ଶିଶୁର ମା’ ଓ ଦୁଇ ପଡ଼ୋଶୀ ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ଏବଂ ବ୍ରାହ୍ମଣୀତରଙ୍ଗ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି ।