ଭୁବନେଶ୍ୱର,୧୨/୧୦(ଡି.ଏଚ ବ୍ୟୁରୋ):-ଭୀଷଣ ତାତିରେ ସାରା ଓଡ଼ିଶା। ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆକାଶ ବି ମେଘମୁକ୍ତ। ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସାଙ୍ଗକୁ ଆର୍ଦ୍ରତା ଅଧିକ ରହୁଥିବାରୁ ଲୋକେ ସକାଳୁ ଘରୁ ପଦାକୁ ବାହାରିବାକୁ ଇଛା ପ୍ରକାଶ କରୁନାହାନ୍ତି । ଏବଂ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଏଭଳି ଶୁଖିଲା ରହିବl ସହ ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ।