ଭୁବନେଶ୍ବର,o୬/୧୦(ଡି.ଏଚ ବ୍ୟୁରୋ):-ଭୁବନେଶ୍ବରର ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପୁଣି ଅଶାନ୍ତ ଓ ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲେ ହେଁ ବାଣୀବିହାର ପରିସରରେ ଥିବା ଛାତ୍ର ସଂସଦ କାର୍ଯ୍ୟାଳୟରେ ଦୁର୍ବୃତ୍ତମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ଭିତରେ ଲଗାଯାଇଥିବା ପୂର୍ବତନ ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ନାମର ତାଲିକା ଫଳକକୁ ଭାଙ୍ଗି ଦେଇଛନ୍ତି।