ବ୍ରହ୍ମପୁର,୧୫/୪(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ଦୁଇଦିନ ଧରି ସ୍ଥାନୀୟ କରଣ ସାହି କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଓ ଆମ ଖେଳନାର କର୍ମଶାଳା କ୍ଲଷ୍ଟରର ସି.ଆର.ସି.ସି ଶ୍ରୀଯୁକ୍ତ ପରମେଶ୍ୱର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କରଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ କ୍ଲଷ୍ଟରର ୧୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲୋ ମାଟି, କାଠ, ଆର୍ବଜନା ଆଦି ପଦାର୍ଥରୁ ବହୁ ମୂଲ୍ୟବନା ଓ ଆର୍କଷଣୀୟ ଖେଳନା ପ୍ରସ୍ତୁତ କରିଥିଲେ । ସେମାନଙ୍କୁ ଉକ୍ତ କାର୍ଯ୍ୟରେ ନିଜନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସମେତ ତିନିଜଣ ପ୍ରଶିକ୍ଷକ ଯଥା- ଶ୍ରୀ ଗୋପିନାଥ ବେହେରା, ଶ୍ରୀ ଜୟରାମ ମହାରଣା ଓ ଶ୍ରୀ ସୁଜିତ୍ କୁମାର ମହାରଣା ବିଭିନ୍ନ ପ୍ରକାରର ମାଟିକାମ, ହସ୍ତକର୍ମ ଓ ଖେଳନା ପ୍ରସ୍ତୁତି ନିମନ୍ତେ ତାଲିମ ପ୍ରଦାନ କରିଥିଲେ । ଉକ୍ତ କର୍ମଶାଳାର ଉଦଘାଟନ ଦିବସରେ ରଙ୍ଗେଇଲୁଣ୍ଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ଭୂୟାଁ ଓ ଶ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ସ୍ୱାଇଁ ମହୋଦୟ ଯୋଗଦେଇ ଉକ୍ତ କର୍ମଶାଳାର ମହତ୍ତ୍ୱ ଓ ଉପାଦେୟତା ସର୍ମ୍ପକରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲେ । ଉକ୍ତ କର୍ମଶାଳାର କରଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଅଳକାରାଣୀ ଶତପଥୀ ସଭାପତିତ୍ୱ କରିଥିଲେ । ରାମଧୀନ ସଂସ୍କୃତ ମହାବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରବିନାରାୟଣ ପଟ୍ଟନାୟକ ସମ୍ମାନିତ ଅତିଥିରୂପେ ଯୋଗଦେଇ ସେମାନଙ୍କ କଳାକୃତି ପାଇଁ ଭୂୟସୀ ପ୍ରଶଂସା କରିବା ସହ ସରକାରଙ୍କ ଏଭଳି ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମର ମହତ୍ତ୍ୱ ପ୍ରତିପାଦନ କରିଥିଲେ ।
ଉକ୍ତ କର୍ମଶାଳାରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଚିତ୍ରସେନ ମହାପାତ୍ର, ସି.ଆର.ସି.ସି ଶ୍ରୀ ଲୋକନାଥ ସାହୁ ଓ ଶ୍ରୀ ରାଜେନ୍ଦ୍ର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜନିଜର ମତବ୍ୟକ୍ତ କରିଥିଲେ । ମଂଚ ପରିଚାଳନା, ଆଲୋକ ସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଗିରିଜା ଶଙ୍କର ପଣ୍ଡା ସହଯୋଗ କରିଥିଲେ । ଉଦଯାପନ ଉତ୍ସବରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତି ଶାନ୍ତିଲତା ମୁନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ କରଣ ସାହି କ୍ଲଷ୍ଟରର ସି.ଆର.ସି.ସି ଶ୍ରୀ ପରମେଶ୍ୱର ପାଣିଗ୍ରାହୀ ଉପସ୍ଥିତ ସମସ୍ତ ଅତିଥି, ସହଯୋଗୀ ବୃନ୍ଦ, ଶିକ୍ଷକ ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତିଙ୍କ ଦ୍ୱାରା ସଭାସାଙ୍ଗ କରାଯାଇଥିଲା ।