ପୁରୁଷୋତତ୍ତମପୁର,୨୦/୩(ପ୍ରଭାକର ମହାରଣା):- ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମସ୍ଥିତ ତୁମ୍ବେଶ୍ବର ଶୈବ ପୀଠ ସମ୍ମୁଖରେ ଉତ୍ତର ମୁହଁ। ଭାବେ ପ୍ରବାହିତ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରେ ରବିବାର ମହାବାରୁଣୀ ସ୍ନାନ ଯୋଗରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପାରିଛନ୍ତି । ପ୍ରତିବର୍ଷ ଚୈତ୍ରମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ଯୋଗ ପଡିଥାଏ । ଶନିବାର ସନ୍ଧ୍ୟାରୁ ବର୍ଷାକୁ ଖାତିରି ନକରି ହଜାର ହଜାର ଶ୍ରଦ୍ଧାଳୁ ତୁମ୍ବେଶ୍ବର ପୀଠରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ମାନେ ଦୂରଦୂରାନ୍ତରୁ ଆସିଥିବା ଲୋକମାନଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ ।
ବୁଡ ପକାଇ ତିଳତର୍ପଣ,ଅସ୍ଥି ବିସର୍ଜନ,ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଶ୍ରାଦ୍ଧ କଲେ ତିନି କୁଳ ଉଦ୍ଧାର ହୁଏ ବୋଲି ବିଶ୍ୱାସ ରହିଛି। ମାର୍ଗଶୀର ମାସ ଗୁରୁବାର ପୂଜାର ଅଡାଗଉଣୀ ବିସର୍ଜନ କରିବା ଲୋକ ଚଳଣି ମଧ୍ୟ ରହିଛି।।ଶ୍ରଦ୍ଧାଳୁ ମାନେ ବଡିଭୋରରୁ ହିଁ ଋଷିକୂଲ୍ୟାରେ ବୁଡପାରିବା ଆରମ୍ଭ କରିଦେଇଥିଲେ,ସନ୍ଧ୍ୟା ଯାଏଁ ଏହାଲାଗି ରହିଥିଲା। ତୁମ୍ବେଶ୍ବର ମନ୍ଦିର ସେବାୟତ ଗୋଷ୍ଠି ମିଳିତ ଭାବେ ଭୋର ୪ଟାରୁ ଚନ୍ଦ୍ରଶେଖରଙ୍କ ସହ ପ୍ରତାପୁର ଗ୍ରାମର ବିରାଜିତ ନିତାଇ ଗୌର,ରଘୁନାଥ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର ସମେତ ଏହାର ଆଖପାଖ ଅଞ୍ଚଳରେ ଦେବା ଦେବୀଙ୍କ ବିଜେ ପ୍ରତିମାକୁ ନେଇ ସ୍ନାନ ସ୍ଥଳରେ ବିଜେ କରାଇ ବାରୁଣୀ ସ୍ନାନର ବିଧି ଆରମ୍ଭ କରାଯାଇଥିଲା। ଆଇନ ଶୃଙ୍ଖଳାଦୃଷ୍ଟିରୁପୁରୁଷୋତତ୍ତମପୁର ପୋଲିସ ଉପଖଣ୍ଡ ଅଧିକାରୀ ରଜନୀ କାନ୍ତ ସାମଲ, ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଉପସ୍ଥିତ ରହିବା ସହ ପୋଲିସ ଫୋର୍ସ ମୁତୟନ ରହିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜଳ ,ପଣା ଆଦି ପ୍ରଦାନ କରୁଥିଲେ ।ସେହିପରି ପାଣ୍ଡିଆ, ଜାମୁନି ଗ୍ରାମର ଋଷିକୂଲ୍ୟା ନଦୀ ତଟରେ ମଧ୍ୟ ମହାବାରୁଣୀ ସ୍ନାନ ରେ ବୁଡ ପାରିଛନ୍ତି ।।