ନିମଖଣ୍ଡି ଥାନା ଅଧିନରେ ଚୋରି ଘଟଣା ବୃଦ୍ଧି, ଜନ ପ୍ରତିନିଧି ମହଲରେ ଅସନ୍ତୋଷ l

48
ADVERTISEMENT

କୁକୁଡାଖଣ୍ଡି,୧୩/୦୨(ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଉଦ୍ଘାଟନର ୫ ମାସ ମଧ୍ୟରେ ଥାନା ଇଲାକାରେ ଚୋରଙ୍କ ପlଦ୍ରୁଭାବ ବୃଦ୍ଧି ପାଉଥିଲେ ମଧ୍ୟ ଥାନାରେ ଏତଲା ପରେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପକୁ ପୋଲିସ ପକ୍ଷରୁ ବିଶେଷ ଭାବେ ଦୃଷ୍ଟି ଦେଉନଥିବାରୁ ଉକ୍ତ ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିରହିଛି l ଶନିବାର ବିଳମ୍ବିତ ରାତ୍ରରେ ଲୋଚାପଡା ଭାବିନିପୁର ଅଞ୍ଚଳରେ କିଛି ଅସାମାଜିକ ଯୁବକ ମିଳିତ ଭାବେ ଭାବିନିପୁର ନୁରସିଂହ ମନ୍ଦିର ପାର୍ଶ୍ୱ ରେ ଥିବା କାର୍ଯ୍ୟାଳୟ ତାଲା ଭାଙ୍ଗି ପଶି ୫00ଗ୍ରାମ ରୁପା ସମେତ ୧ ଲକ୍ଷ ୫0ହଜାର ଚୋରି ହୋଇଥିବା ନେଇ ମନ୍ଦିର ପୂଜକ କୋପିଳେଶ୍ୱର ଦାସଙ୍କ ଥାନାରେ ଅଭିଯୋଗ l ଅଭିଯୋଗ ପରେ ପୋଲିସ ଏନେଇ ଥାନା ରେ ୫୩/୨୩ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସୂଚନା l ସେହିପରି ଅନ୍ୟ ସ୍ଥାନ ଲୋଚାପୋଡ଼ା ଗୋବିନ୍ଦ ବିହାର ଚକ୍ଷୁ ଚିକିତ୍ସାଳୟ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରେ ମଧ୍ୟ ଚୋରି ଉଦ୍ୟମ ନିମନ୍ତେ ବିଭିନ୍ନ ଯନ୍ତ୍ରପାତି ଭଙ୍ଗାରୁଜା କରି ଚୋରି ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି l ପୂର୍ବଦିନ ଜାନୁୟାରୀ ମାସ ମକର ସଂକ୍ରାନ୍ତି ସମୟରେ ଲଚାପଡା କଳୁଆମନ୍ଦିର ଚୈତନ୍ୟ ନଗର ରେ ମଧ୍ୟ କୈଳାଶ ପାଣିଗ୍ରାହୀ ଙ୍କ ନୂତନ ଭାବେ ନିର୍ମାଣ ହୋଇଥିବା କୋଠା ଘରେ ମଧ୍ୟ ବିଭିନ୍ନ ବିଦ୍ୟୁତ ଉପକରଣ ତଥା ତାର, ବୋର୍ଡ଼,ସହ ଅନ୍ୟାନ୍ୟ ଯନ୍ତ୍ର ନାମିଦାମୀ କମ୍ପାନୀର ପାଣି ଟେପ, ଶାବାର, ନୂତନ ୨ ଘରୁ ପ୍ରାୟ ୩ ଲକ୍ଷ ରୁ ଉର୍ଦ୍ଧ ଯନ୍ତ୍ରପାତି ଚୋରି ହୋଇଥିବା ସମ୍ବନ୍ଧୀୟ ଅଭିଯୋଗ ପତ୍ର ଠିକାଦାର କେ.ସୁଦାମ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାହାର ଏକ ମାସ ବିତିଯାଇ ଥିଲେ ମଧ୍ୟ ତଦନ୍ତ ହୋଇନଥିବାରୁ ଠିକାଦାର କ୍ଷୁବ୍ଧ ପ୍ରକାଶ କରିଛନ୍ତି l ଏଭଳି ସମସ୍ତ ଘଟଣା ଘଟୁଥିବା ଲୋଚାପୋଡ଼ା ସରପଞ୍ଚ ଏଲ ମୋହନ ଦାସ ଏବଂ ସମିତିସଭ୍ୟ ଚଣ୍ଡୀଚରଣ ସାହୁ ଥାନା ନିକଟସ୍ଥ ଅଞ୍ଚଳରୁ ସହରାଞ୍ଚଳରେ ଥାନା ରହିଥିବା ଦୃଷ୍ଟି କୋଣକୁ ନେଇ ଚୋର ମାନେ ଗ୍ରାମାଞ୍ଚଳରେ ସକ୍ରିୟ ହେଉଥିବା କହିଛନ୍ତି ଚୋରି ଘଟଣାକୁ ରୋକିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରଖିବାକୁ ସରପଞ୍ଚ ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି l ସେହିପରି ନିମଖଣ୍ଡି ଅଞ୍ଚଳରେ ଅତିଶୀଘ୍ର ଥାନା ନିମନ୍ତେ ଆବଶ୍ୟକ ସ୍ଥାନ ନିର୍ଣ୍ଣୟ କରି ଅଞ୍ଚଳରେ ଥାନା ସ୍ଥାପନ ନିମନ୍ତେ ଅଞ୍ଚଳର ଜନପ୍ରତିନିଧି ମାନେ ସଂଘଠିତ ହୋଇଛନ୍ତି l ଏବଂ ଅତିଶୀଘ୍ର ଥାନା ନିର୍ମାଣ ନେଇ ଅଞ୍ଚଳବାସି ଆଗାମୀ ଦିନରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ସାଙ୍ଗକୁ ସୁରକ୍ଷା ନିମନ୍ତେ ନିମଖଣ୍ଡି ପୋଲିସର ପେଟ୍ରୋଲଂ ମଧ୍ୟ କଡାକଡ଼ି କରିବା ଉପରେ ଦୃଷ୍ଟି ଦେବା ନିମନ୍ତେ ଦାବି ହୋଇଛି l

Advertisement