ପୁରୁଷୋତ୍ତମପୁର,୧୦/୧(ଡ଼ି.ଏଚ ବ୍ୟୁରୋ):-ସ୍ତ୍ରୀଙ୍କୁ ଟଙ୍କାପାଇଁ ହତ୍ୟାକଲା ସ୍ୱାମୀ । ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାପଲ୍ଲୀ ଗାଁରେ ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟାକଲା ସ୍ୱାମୀ । ଏନେଇ ମୃତକଙ୍କ ପରିବାର ପକ୍ଷରୂୁ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୁରୁଷୋତ୍ତମପୁରୁ ଥାନା ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ, ଶାଶୁ ଓ ନଣନ୍ଦକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।