ବ୍ରହ୍ମପୁର,୧୮/୧୨(ଇ ରଞ୍ଜନ):-ବ୍ରହ୍ମପୁରର ପ୍ରତିଷ୍ଠିତ ଜ୍ୟୋତିଷ ଵିଶାରଦ ,ଗଣନାକାର, କର୍ମକାଣ୍ଡ ଵିଶାରଦ ତଥା ରାଧାରମଣ ପ୍ରେସ୍ ପାଞ୍ଜିକାର ଶ୍ରୀ ନରସିଂହ ଶତପଥୀଙ୍କ ପ୍ରାୟ ୮୨ ଵର୍ଷ ଵୟସରେ ଗୁରୁବାର ରାତ୍ର ବ୍ରହ୍ମପୁର ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ ଘଟିଛି । ସେ ଦୀର୍ଘ ୬୫ ବର୍ଷ ଧରି ସିଦ୍ଧାନ୍ତ ଦର୍ପଣକୁ ଆଧାର କରି ରାଧାରମଣ ପ୍ରେସ୍ ପଞ୍ଜିକା ମୁଦ୍ରଣ କରି ଗଵେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଗଞ୍ଜାମ ଜିଲ୍ଲାର ଖଟିଆରାମଚନ୍ଦ୍ର ଶାସନରେ ୧୯୪୦ ମସିହାରେ ଯୋଗଜନ୍ମା ପଣ୍ଡିତ ରାଜୀବ ଶତପଥୀ ଓ ମାତା ତିଳୋତ୍ତମା ଦେଵୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। କୁକୁଡାଖଣ୍ଡିର ପଣ୍ଡିତ ଵିଭୁନନ୍ଦନ ପଣ୍ଡା , ପୁରୋହିତ ଲକ୍ଷ୍ମୀ ଚରଣ ପଣ୍ଡା ,ବରିଷ୍ଠ ଆଇନଜୀବୀ ଡି. ଶଙ୍କର ରାଓ ଆଚାରୀ , ନାଇଡୁ ଦିବାକର , ପି. ଦେଵରାଜ ସତ୍ୟନାରାୟଣ ସାହୁ , ଏ.ଗଙ୍ଗାଧର ପ୍ରମୁଖ ତାଙ୍କ ଵିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।