ବିଦ୍ୟୁତ ଏବଂ ପେଟ୍ରୋଲ ମିଶ୍ରଣରେ ଚଳିତ ସ୍କୁଟି ନିର୍ମାଣ କଲେ ବ୍ରହ୍ମପୁର ଯୁବକ l

65
ADVERTISEMENT

ବ୍ରହ୍ମପୁର,୧୭/୧୨(ଇ ରଞ୍ଜନ):-ସ୍କୁଟି ଓ ବାଇକ ଚାଳକଙ୍କ ପାଇଁ ଆଉ ରହିବ ନାହିଁ ଟେନସନ l ଏଣିକି ପେଟ୍ରୋଲ ସରିଲେ ବେଟେରିରେ ଚାଲିବ ଆପଣଙ୍କ ଦୁଇ ଚକିଆ ଯାନ l ରାସ୍ତାରେ ଯିବା ବେଳେ ହୁଏତ ଆପଣ କେବେ ପେଟ୍ରୋଲ ସରିବାର ଅସୁବିଧା ଭୋଗ କରିଥିବେ l ଯଦି ପେଟ୍ରୋଲ ସରିଯାଏ ତାହେଲେ ସେହି କ୍ଷେତ୍ରରେ ଗାଡିକୁ ଅନେକ ଦୂର ଗଡେଇ ନେବାକୁ ପଡିଥାଏ l ଆଉ ତାହା କେତେ କଷ୍ଟ ନିଜେ ଅନୁଭବୀ ହିଁ କହିପାରିବ l ହେଲେ ଏବେ ଜଣେ ବ୍ୟକ୍ତି ଏମିତି କମାଲ କରିଛନ୍ତି ଯେଉଁଠି ପାଇଁ ଆପଣଙ୍କୁ ଆଉ ଏପରି କଷ୍ଟ କରିବାକୁ ପଡିବ ନାହିଁ l
ଯଦି ଆପଣଙ୍କ ଗାଡି ଚାଲୁଥିବା ଅବସ୍ଥାରେ ପେଟ୍ରୋଲ ସରିଯାଏ ତାହେଲେ ବେଟେରି ସାହାଯ୍ୟ ନେଇ ଗାଡିକୁ ପୁଣି ଥରେ ଆଗକୁ ଗଡ଼ାଇ ପାରିବେ l ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗାନ୍ଧୀନଗରର ଜଣେ ବ୍ୟକ୍ତି l ସେ ହେଉଛନ୍ତି ଜିତେନ୍ଦ୍ର ପ୍ରଧାନ l ଯିଏକି ନିଜ ଜ୍ଞାନ କୌଶଳରେ ହାଇବ୍ରିଡ଼ ଭେଇକେଲ ତିଆରି କରିଛନ୍ତି l ଗାଡି ଚଳାଇବା ପାଇଁ ସେନସର ଲଗାଇବା ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ସୁବିଧା ପାଇଁ ଇଲକ୍ଟ୍ରନିକ୍ସ ସରକିଟ ୟୁନିଟ ଓ କନଭଟର ଲଗାଇଛନ୍ତି ଜିତେନ୍ଦ୍ର l ଆପଣ ଚାହିଁଲେ ପେଟ୍ରୋଲ କିମ୍ବା ବ୍ୟାଟେରୀରେ ଆପଣଙ୍କ ଯେ କୌଣସି ଦୁଇ ଚକିଆ ଯାନକୁ ଚଳାଇ ପାରିବେ l ବ୍ୟାଟେରୀକୁ ଥରେ ପୂର୍ଣ୍ଣ ମାତ୍ରାରେ ଚାର୍ଜ କରିବାକୁ ହେଲେ ତିନି ଘଣ୍ଟା ପନ୍ଦର ମିନିଟ ସମୟ ଲାଗିଥାଏ ଓ ଏଥିପାଇଁ ଖୁବ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେବା ସହ ବ୍ୟାଟେରୀ ଥରେ ଚାର୍ଜ ହେଲେ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଆପଣଙ୍କ ଗାଡି ଦୌଡ଼ି ଥାଏ l ସ୍ପିଡ଼ ଲିମିଟ ମଧ୍ୟ ପଚାଶ ରୁ ଷାଠିଏ ରହିଥାଏ l ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଆମେ ବେଟେରିରେ ଗାଡି ଚଳାଇ ପେଟ୍ରୋଲ ସଂଚୟ କରିବା ସହିତ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ପରିବା l ଆଜିକାର ଦୁନିଆରେ ପେଟ୍ରୋଲ ଦର ଯେମିତି ଆକାଶଛୁଆଁ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାହା ସହିତ ତାଳ ଦେଇ ଚାଲିବା ଚିନ୍ତାଜନକ ବିଷୟ ହୋଇ ଯାଇଛି l ସେଥିରୁ ମୁକ୍ତି ପାଇବା ପାଇଁ ଏହି ହାଇବ୍ରିଡ଼ ଭେଇକେଲ ଏକ ମାଧ୍ୟମ l ଏହି ବାଇକ ନିର୍ମାଣ କରିବା ପାଇଁ ଜିତେନ୍ଦ୍ରଙ୍କୁ ଏକ ସପ୍ତାହ ସମୟ ଲାଗୁଥିବା ବେଳେ ଆପଣ ବି ଚାହିଁଲେ ଆପଣଙ୍କ ସ୍କୁଟି ଓ ବାଇକକୁ ଉଭୟ ପେଟ୍ରୋଲ ଓ ବ୍ୟାଟେରୀ ଚlଳିତ ଗାଡ଼ିରେ ପରିଣତ କରି ଆର୍ଥିକ ବୋଝରୁ ମୁକ୍ତି ପାଇ ପାରିବେl

Advertisement