କିଶୋର ବାଳକ ବାଳିକାଙ୍କ ଆଧାର କାର୍ଡ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

63
ADVERTISEMENT

ଜଗଦଳପୁର,୧୭/୧୨(ଇ .ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଆଜି କିଶୋର ବାଳକ ବାଳିକାଙ୍କ ଆଧାର କାର୍ଡ ପଞ୍ଜିକରଣ କାର୍ଯ୍ୟକ୍ରମ ସ୍ଥାନୀୟ ପଂଚାୟତ ଗୃହରେ ଅନୁଷ୍ଠିତ ହୋଇଛି l ଏହି ପଞ୍ଜିକରଣ ସରକାରଙ୍କ ତରଫରୁ ବାଧ୍ୟତା ମୂଳକ ପଞ୍ଜିକରଣ ରହିଥିବା ବେଳେ ଏହି କାର୍ଡ ସର୍ବ ଭାରତୀୟଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର ପାଲଟିଛି l ଆଧାର ସର୍ବ ସାଧାରଣଙ୍କ ନିମନ୍ତେ ବାୟମେଟ୍ରିକ ପରିଚୟ ହୋଇ ପ୍ରତିଟି କାର୍ଯ୍ୟରେ ବ୍ୟବହୃତ କରାଯାଇଥାଏ l ସେହିପରି ଶିଶୁ ମାନଙ୍କ ପରି ମଧ୍ୟ ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ନାମଲେଖା ସହ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ଯୋଗ୍ୟରହିଥିବା ରୁ ଆଧାର କେନ୍ଦ୍ର ରେ ବହୁ ସମୟ ରେ ଚହଳ ସୃଷ୍ଟି ହୋଇଥାଏ l ଛୋଟ ପିଲାଙ୍କ ନିମନ୍ତେ ଆଧାର ପଞ୍ଜିକରଣ ନିମନ୍ତେ ଶିଶୁଙ୍କ ମାତା ଜରୁରୀ ଆବଶ୍ୟକତା ରହିଥାଏ l ଆଜି ଜଗଦଳପୁର ଗ୍ରାମର ମାତୃ ହରାଇ ଥିବା ଶିଶୁଙ୍କ ପାଇଁ ଆଧାର ପଞ୍ଜିକରଣରୁ ବାଦ ପଡିଥିଲେ ଶିଶୁମାନେ କୁକୁଡାଖଣ୍ଡି ବିଡ଼ିଓ କିମ୍ବା ତହସିଲଦାରଙ୍କ ଲିଖିତ ବୟାନ ଆଣିବା ପର୍ଯ୍ୟନ୍ତ ସେମାନଙ୍କ ଆଧାର ପଞ୍ଜିକରଣ ସ୍ଥଗିତ ଥିବାରୁ ୨ ଛୋଟ କନ୍ୟା ଘରକୁ ଫେରିଲେ ସେମାନଙ୍କୁ ସ୍ଥାନୀୟ ସରପଞ୍ଚ ବିଡ଼ିଓଙ୍କ ଠାରୁ ଲିଖିତ ବୟାନ ଆଣି ସହଯୋଗ କରିବେ ବୋଲି ପ୍ରତିଶୃତି ମିଳିବା ପରେ ଉଭୟ ଶିଶୁ ଘରକୁ ଫେରିଥିଲେ l ଶିଶୁଙ୍କ ନିମନ୍ତେ ତାଙ୍କ ମାତା ଙ୍କ ବାୟମେଟ୍ରିକ ସଂଯୋଗ ହେଉଅଛି l ଆଜି ଜଗଦଳପୁର ଗ୍ରାମର ବହୁ ଶିଶୁଙ୍କ ସମେତ ପିଲାଙ୍କ ମା ମାନେ ଆଧାର ପଞ୍ଜିକରଣ କରି ଫେରିଥିଲେ l ଏହି ସେବା ନିଷକୁଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉଥିବା ରୁ ଗ୍ରାମ ସମେତ ନିକଟସ୍ଥ ଅଂଚଳ ବାସି ମଧ୍ୟ ଆଧାର ପଞ୍ଜିକରଣ କରିବା ପାଇଁ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକ୍ରମ ଶିଶୁଙ୍କ ପଞ୍ଜିକରଣ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ସୂଚନା l

Advertisement