ବ୍ରହ୍ମପୁର,୧୧/୧୨(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ସହରର ବିଭିନ୍ନ ଘରୋଇ ନର୍ସିଂହୋମ୍ ଓ ଘରୋଇ ଚିକିତ୍ସାଳୟ ଉପରେ ବ୍ରହ୍ମପୁର ପ୍ରଶାସନର ଚଢ଼ଉ । ଏଥିରେ ବ୍ରହ୍ମପୁର ମହାନଗର ନିଗମ କମିସନର ଜେ. ସୋନାଲ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଂଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସହରର ୬ଟି ଘରୋଇ ନର୍ସିଂହୋମ୍ ଉପରେ ଚଢ଼ଉ କରି ସେଠାରେ ରୋଗୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟସେବାର ଯାଞ୍ଚ କରିଥିଲେ।