ଭୁବନେଶ୍ୱର,o୭/୧୨(ଡି.ଏଚ୍ ବ୍ୟୁରୋ):-କେନ୍ଦୁଝର ଜିଲ୍ଲାରେ ପତ୍ନୀ ହନ୍ତା ସ୍ଵାମୀକୁ ଆଜୀବନ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୁ ୨୦ବର୍ଷ ସଶ୍ରମ କରାଦଣ୍ତ ସହି ୧୦ହଜାର ଟଙ୍କା ଜୋରିମାନା ଏବଂ ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ।