ବାଲେଶ୍ୱର,୨୬/୮(ଡି.ଏଚ ବ୍ୟୁରୋ):-ଚଳିତ ବନ୍ୟାରେ ବାଲେଶ୍ୱର ଜିଲ୍ଲାର ୧୧୦ ପଞ୍ଚାୟତର ୩୫୩ ଗାଁ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଆଶ୍ରୟସ୍ଥଳରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ୪୦ ହଜାରରୁ ଊର୍ଦ୍ଧ୍ବ ଲୋକ । ଏବଂ ରାଜ୍ୟ ସରକାର ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ ସହାୟତା କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସ୍ଆରସି କ୍ଷମତା ଦେଇଥିଲେ ମଧ୍ୟ ରିଲିଫ ବିଳମ୍ବ ଯୋଗୁଁ ବଢ଼ୁଛି ଅସନ୍ତୋଷ ।