୫ ବାଲି ଓ ପଥର ବୋଝେଇ ଗାଡିରୁ ୯୫ ହଜାର ଟଙ୍କା ଜରିମାନା ଆଦାୟ

153
ADVERTISEMENT

ହିଞ୍ଜିଳିକାଟୁ,୫/୧୧(ଶେଷଦେବ ସାହୁ): ବୁଧବାର ସକାଳେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲେ । ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ୩ଟି ବାଲି ବୋଝେଇ ଟ୍ରକ ଓ ୨ଟି ପଥର ବୋଝେଇ ହାଇଓ୍ବା ଆବଶ୍ୟକ ଠାରୁ ଅଧିକ ପରିମାଣରେ ବାଲି ଓ ପଥର ବୋଝେଇ କରିଥିବାରୁ ବାଲି ବୋଝେଇ ଟ୍ରକ ଠାରୁ ୧୫ ହଜାର ଟଙ୍କା ଲେଖାଏଁ ଓ ପଥର ବୋଝେଇ ହାଇଓ୍ବା ଠାରୁ ୨୫ ହଜାର ଟଙ୍କା ଲେଖାଏଁ ସମୁଦାୟ ୯୫ ହଜାର ଟଙ୍କା ଜରିମାନା ଆଦାୟ କରା ହୋଇଛି । ଚଢ଼ାଉରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ସମେତ ରାଜସ୍ବ ନିରୀକ୍ଷକ ଅରବିନ୍ଦ ଦାସ, ସୁଧାଂଶୁ ଶେଖର ପାଣିଗ୍ରାହୀ, ଅଭିରାମ ସେଠି, ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ତହସିଲଦାର ପରିଡ଼ା କହିଛନ୍ତି ।

Advertisement