ବଲାଙ୍ଗୀର, ୨୭।୬ (ସୁନୀଲ ତ୍ରିପାଠୀ ): ବାଣିଜ୍ୟକର ବିଭାଗ ପକ୍ଷରୁ ସମଲେଶ୍ବରୀ ମନ୍ଦିର,ବଲାଙ୍ଗୀର ନିକଟରେ ଥିବା ମନୋଜ ହାର୍ଡୱେର ଦୋକାନରେ ଚଢ଼ାଉ କରାଯାଇଛି । ଦୋକାନ ତଥା ଅନ୍ୟ ଦୁଇଟି ଗୋଦାମ କୁ ମିଳିତ ଭାବେ ଏକକାଳୀନ ବଲାଙ୍ଗିରର ଗୋଟିଏ ଏବଂ କଳାହାଣ୍ଡି ର ଦୁଇଟି ଟିମ ଜଏସ୍ଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଥିଲେ। କାଗଜପତ୍ର ଯାଞ୍ଚ୍ ପରେ ମାଲିକ ଦିଲୀପ ଅଗ୍ରୱାଲଙ୍କ ଠାରୁ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ୩ ଲକ୍ଷ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଅନ୍ୟାନ୍ୟ କାଗଜପତ୍ର ଜବତ କରି ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି।