ପ୍ରବାସୀ ଓଡ଼ିଆଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ ସମାଜସେବୀ ଓ ଠିକାଦାର

1039
ADVERTISEMENT


କନ୍ଧମାଳ, ୧୨।୬(ସୁରେଶ ପଣ୍ଡା): କନ୍ଧମାଳ କରୋନା ମହାମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ଯୋଗୁଁ ସମସ୍ତ ବସ, ଟ୍ରକ, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ କିଛି ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରେ ରହି ଯାଇଥିଲେ । ଯାହାଦ୍ୱାରା କିଛି ପ୍ରବାସୀ ଓଡ଼ିଆ କାମ ଧନ୍ଦା, ବ୍ୟବସାୟ କରିବାକୁ ଆସିଥିବା ବେଳେ ସରକାରଙ୍କ ଘୋଷଣା ପରେ ସବୁ ବନ୍ଦ ଥିଲା । ପ୍ରବାସୀ ଓଡ଼ିଆଙ୍କ ପାଖରେ ଯିବା ପାଇଁ ଟଙ୍କା ଅଭାବ ହେତୁ ସେମାନେ ଯାଇପାରୁନଥିଲେ । ଏମିତି ଏକ ଘଟଣା ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରନ ଗ୍ରାମର ଏକ ପରିବାର ରସ କଂସା, ପିତଳ ଝଳେଇ କରିବା ପାଇଁ ଆସିଥିଲେ । ଲକଡାଉନ ଯୋଗୁଁ ରହି ଯାଇଥିଲେ । ବହୁତ ଅସୁବିଧାରେ ଏକ ସ୍କୁଲ ଘରେ ରହୁଥିଲେ । ଏହି ପରିବାର ନିଜ ଘରକୁ ଯିବା ପାଇଁ ଚାହୁଁଥିଲେ । ଠିକ ଏହି ସମୟରେ ସହଯୋଗର ହାତ ବଢ଼ାଇ ଥିଲେ ଠିକାଦାର ଅଭୟ ପାତ୍ର ଓ ସମାଜସେବି ସୁଶାନ୍ତ ଲେଙ୍କା ନିଜ ହାତରୁ ଗାଡ଼ି ଭଡ଼ା ଦେଇ ପଠେଇବାର ବନ୍ଦୋବସ୍ତ କରିଥିଲେ । ଏଭଳି ଚର୍ଚ୍ଚାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Advertisement