ଦୁର୍ଦ୍ଧିନରେ ନିର୍ମାଣ ଶ୍ରମିକ

507
ADVERTISEMENT

ବ୍ରହ୍ମପୁର,୪/୬(ଇ.ରଞ୍ଜନ) : ବ୍ରହ୍ମପୁର ଓଡିଶା ରାଜ୍ୟରେ ଲକ୍ଷଲକ୍ଷ ନିର୍ମାଣ ଶ୍ରମିକ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ସହ ଶୋଷଣରେ ହେଉଛନ୍ତି l ସରକାର ଶ୍ରମିକ ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ସାହାଯ୍ୟରେ ସହଯୋଗ କରିବା ପାଇଁ ବୋର୍ଡ଼ ନିର୍ମାଣ କରିଛନ୍ତି l ଏବଂ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଉଛନ୍ତି କିନ୍ତୁ ଗଞ୍ଜାମ ଜିଲ୍ଲାରେ ଶ୍ରମିକ ମାନେ ତାହା ପାଇବାରେ ବିଫଳ ହେବା ସଙ୍ଗେସଙ୍ଗେ ସଫଳ ହେବାପାଇଁ ବହୁ କଷ୍ଟ ସାଧ୍ୟ ହେଉଥିଲେ ସୁଦ୍ଧା ପ୍ରାଣପ୍ରଣେ ଚେଷ୍ଟା କରୁଥାନ୍ତି କିନ୍ତୁ ତାହା ପାଇବା ବଦଳରେ ଶୋଷଣରେ ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଭାରତୀୟ ମଜବୁତ ସଂଘ ପରିଚାଳିତ ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଧୂର ସଂଘ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ରହ୍ମପୁର ଓ ଛତ୍ରପୁର ଶ୍ରମକାର୍ଯ୍ୟାଳୟ ଜରିଆରେ ୭ ଦଫା ଦାବିପତ୍ର ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ବ୍ରହ୍ମପୁର ବାବୁରାମ ପାତ୍ରଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ସଚିବ, ଶ୍ରମ ଆୟୁକ୍ତ ଓ ବୋର୍ଡ଼ ଅଧ୍ୟକ୍ଷଙ୍କ ଉଧେଶ୍ୟରେ ପ୍ରଦାନ କରାଯାଇଛି ସେଥିରେ ୭ ଦାବି ଉଲ୍ଲେଖ ରହିଛି ଏବଂ ଦାବିଗୁଡିକ ମଧ୍ୟରେ ଶ୍ରମିକ ମାନଙ୍କ ନିମନ୍ତେ ଘୋଷଣା ହୋଇଥିବା ୧୫00ଟଙ୍କା ହିସାବରେ ୩ ମାସର ଟଙ୍କା ଶୀଘ୍ର ପ୍ରଦାନ କରାଯାଉ ଏବଂ ଏଥିପାଇଁ ୩ ମାସର ରିନୁଆଲ ଅବଧି ରହିଛି ତାହାକୁ ଲକଡାଉନ ଯୋଗୁଁ ସ୍ଥଗିତ ରହିଛି ତାହା କାର୍ଯ୍ୟଆଦେଶ ଦିଆଯାଉ ଏହା ସହ ଯେଉଁ ଶ୍ରମିକଙ୍କୁ ୬0ବର୍ଷ ହୋଇସାରିଛି ସେମାନଙ୍କୁ ୧୫00ଟଙ୍କା ପ୍ରଦାନ କରିବା ପାଇଁ ସଂଘ ତରଫରୁ ଦାବି ହୋଇଛି l ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସଭାପତି ଧରୁଣ କୁମାର ଲେଙ୍କା ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ରାଜେନ୍ଦ୍ର ନାଥ ନାୟକ,ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ସାହୁ, ଜିଲ୍ଲା ପ୍ରଭାରୀ ଲିଙ୍ଗରାଜ ସାହୁ, ଉପସଭାନେତ୍ରୀ ଅମିତା ସାହୁ ସମେତ ଅନ୍ୟ ନେତୃତ୍ୱ ବୃନ୍ଦ ଉପସ୍ଥିତ ଥିଲେ l

Advertisement