କନ୍ଧମାଳ , ୩।୬ (ସୁରେଶ କୁମାର ପଣ୍ଡା ): କନ୍ଧମାଳ ଏନଏସିରେ ଏକବିଂଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଏନଏସି କାର୍ୟ୍ୟାଳୟ ସଭା ଗୃହ ଠାରେ କରାଯାଇଛି । ବୈଠକରେ ମାନ୍ୟବର ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, ନୂତନ ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ଅଧକ୍ଷତାରେ ବୈଠକ ହୋଇଥିଲା । ବୈଠକରେ ମୋଟ ୩୮ଟି ଏଜେଣ୍ଡା ଉପରେ ଆଲୋଚନା ହେବା ସହ ୱାର୍ଡର ବିଭିନ୍ନ ସମସ୍ୟା ନେଇ ମତ ରଖିଥିଲେ । ୯ ନମ୍ବର କାଉନ୍ସିଲର ମନୋଜ କୁମାର ଆଚାର୍ୟ୍ୟ ଏହା ସହ ସ୍ପେସିଆଲ ଅଡିଟ କରି ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । ଏହି ବୈଠକରେ କାର୍ୟ୍ୟ ନିର୍ବହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ଉପସ୍ଥିତ ରହିବା ସହ କାଉନ୍ସିଲର ଜୟନ୍ତୀ ଜେନା, ଶିରୀଶ ପ୍ରଧାନ, ନାରାୟଣ ଡାକୁଆ, ବରଦା ପ୍ରସାଦ ମିଶ୍ର, ମନୋଜ କୁମାର ଆଚାର୍ୟ୍ୟ, ଅର୍ଜୁନ ନାୟକ, ଝରଣା ଦଣ୍ଡସେନା, ଶାନ୍ତି କୁମାରୀ ନାୟକ, ସସ୍ମିତା ବେହେରା,କୌଶଲ୍ୟା ନାୟକ, ସ୍ନେହଲତା ମଳିକ ଯୋଗଦେଇଥିବା ସହ ସମସ୍ତ ଅଫିସ କର୍ମଚାରୀ ଯୋଗ ଦେଇଥିଲେ ।