ହିଞ୍ଜିଳିକାଟୁ,୨୭ା୪(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ କେଉଟ ସାହିରେ ରବିବାର ଜୈନିକ ମୃତକଙ୍କ ପରିବାର ପକ୍ଷରୁ ସଂପୃକ୍ତ ସାହିର ଏକ ଘର ମଧ୍ୟରେ ଏକାଦଶାହ ଭୋଜି ଚାଲିଥିଲା । ଖବର ପାଇ ପୌର ପ୍ରଶାସନ ଘଟଣା ସ୍ଥଳରେ ପଂହଚି ଭୋଜିକୁ ଅଧାରୁ ବନ୍ଦ କରିବା ସହ ପ୍ରସ୍ତୁତ ବ୍ୟଞ୍ଜନକୁ ସଂପୃକ୍ତ ପରିବାରର ୫୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରଦାନ କରି ଅବଶିଷ୍ଟ ଖାଦ୍ୟକୁ ସଂପୃକ୍ତ ସଂପୃକ୍ତ ଘର ମଧ୍ୟରେ ରଖି ସିଲ୍ କରିଛି ।