ଫୁଲବାଣୀ, ୧୨/୪(ସୁରେଶ କୁମାର ପଣ୍ଡା):ଗତ 2.4.2020 ଓ 3.4.2020 ତାରିଖରେ ପ୍ରିୟଙ୍କI ଦାଶ, ଉର୍ବଶୀ ପ୍ରଧାନ,ଏଲିସ ରୁଣ୍ଡା, ରେଖା ଟିଗା,ଲଷ୍ମୀ ଇତ୍ୟାଦି ଗାର୍ଲସ କ୍ଲବ ସଦସ୍ୟ ମାନଙ୍କ ଦେଇ ସ୍ଥାନୀୟ ଅଞ୍ଚଳରେ ଛୋଟ ଛୁଆ ମାନଙ୍କୁ 20ସେକେଣ୍ଡ ହାତ ଧୁଆ ଓ ସାମାଜିକ ବ୍ୟବଧାନ ଉପରେ ସଚେତନ କରାଯାଇଥିଲା।
ତା। 29,4,2020 ଆଲିଷ ରୁଣ୍ଡା ରେଖା ଟିଗା ଲଷ୍ମୀ ଖୁସବୁ କାଉରୀୟର ନିଜ ଅଞ୍ଚଳରେ ଛୋଟ ଛୁଆ ମାନଙ୍କୁ ସାବୁନ ଆଉ ପାଣିରେ 20 ସେକେଣ୍ଡ ହାତ ଧୁଆ ,ସାମାଜିକ ଦୂରତା ବିଷୟରେ demo କରି ପିଲାମାନଂଙ୍କୁ ଦେଖାଇ ଥିଲେ।
ଛୋଟ ଛୋଟ ଛୁଆ ମାନେ ଏପଟ ସେପଟ ଧାଧପଡ ହୋଇ ଖେଳି ଥାନ୍ତି।ସେମାନଙ୍କୁ ଘରେ ରଖିବା ବହୁତ କଷ୍ଟକର।ଏହି ସବୁ ବିଷୟ ଯୋଗୁ ଖୁସବୁ girls club ର ସଦସ୍ୟ ମାନେ ଅଖଡାକୋଚା ସ୍ଲମ ରାଞ୍ଚୀର ଉଭୟ ଛୁଆ ଓ ଛୁଆର ମା ମନକୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଶଂସନିୟ।
ଉଦୟଗିରି ର ଚନନ୍ଦ ସାହି ରେ ଉର୍ବଶୀ ପ୍ରଧାନ ଆଖପାଖ ର ଛୋଟ ଛୋଟ ଝିଅ ମାନଙ୍କୁ 20 ସେକେଣ୍ଡ ହାତ ଧୁଆ ଓ ସାମାଜିକ ବ୍ୟବଧାନ ବିଷୟରେ ସଚେତନ କରାଇଥିଲେ।ସ୍ଥାନୀୟ ଲୋକ ସମସ୍ତେ ଏହାକୁ ବହୁତ ପ୍ରଶଂସା କରିଥିଲେ। ଏମ ଏମ ସି ଟି ମୁଖ୍ୟତ ଝିଅ ମାନଙ୍କ ପାଇଁ କାମ କରିଥାଏ। ଉର୍ବଶୀ ଝିଅ ମାନଙ୍କ ସହିତ କଥାବାର୍ତ୍ତା ମାଧ୍ୟମରେ ସେମାନେ କୋରନା ବିଷୟରେ କେତେ ଅବଗତ ଅଛନ୍ତି ତାହା ଜାଣିଥିଲେ। ଏହି ଝିଅ ମାନେ ସମସ୍ତେ କୋରନା ବିଷୟରେ ଉଣା ଅଧିକେ ଜାଣି ଛନ୍ତି। ତଥାପି ଆମକୁ ଆହୁରି କିଛି ବିଷୟ ଜାଣିବାକୁ ଅଛି।କାରଣ ପ୍ରତ୍ୟେକ ଦିନ କୋରନ ସମ୍ଭଦୀୟ କିଛି କିଛି ନୂଆ ନୂଆ ତଥ୍ୟ ଆସିଥାଉଛି। ଶିକ୍ଷା ଓ ସଚେତନତାର ଅନ୍ତ ନାହିଁ। ଏହି ଗ୍ରୁପରେ ଥିବା ଝିଅ ମାନେ ବହୁତ ଖୁସିର ସହିତ ସମସ୍ତ ବିଷୟରେ ସହଯୋଗ କରିଥିଲେ। ଉର୍ବଶୀ ସେମାନଙ୍କୁ କୋରନା ବିଷୟରେ ଆଉ କିପରି ସଚେତନ ରହିବା ତାହା ଜଣାଇଥିଲେ।
ଝିଅ ମାନେ କହିଥିଲେ କରନା ବିଷୟରେ ଆମେ ନିଜ ପରିବାର ଠାରୁ ଜାଣିଛୁ ଆଉ ଆମେ ସଚତନ ମଧ୍ୟ ରହୁଛୁ।
ଉର୍ବଶୀ କହିଥିଲେ ଏହି ସମୟରେ କୋରନା ସଂକ୍ରମଣ ଠାରୁ ଦୂରରେ ରହିବାକୁ ହେଲେ ଆମକୁ ଘର ଭିତରେ ରହିବାକୁ ପଡିବ। ପ୍ରିୟଙ୍କା ଦଶ ନିଜ ଅଂଚଳର ସ୍କୁଲ ପିଲା ମାନଙ୍କୁ 20 ସେକଣ୍ଡ ହାତ ଧୁଆ ପ୍ରଦର୍ଶନ କରିଥିଲେ। ତାଙ୍କ ସହିତ ପିଲାମାନେ 20 ସେକେଣ୍ଡ ହାତଧୁଆ ଅଭ୍ୟାସ ଶିଖିଥିଲେ। କୋରନା ରୁ ବଞ୍ଚବାକୁ ହେଲେ ଆମକୁ ଘଣ୍ଟାକୁ ଥରେ ହାତ ଧୋଇବାକୁ ପଡିବ ସାବୁନ ଓ ପାଣିରେ ତାହା ବ 20 ସେକଣ୍ଡ ପର୍ଯନ୍ତ।
20ସେକଣ୍ଡ ହାତ ଧୁଆ କାହିଁକି ଗୁରୁତ୍ୱପୂର୍ଣ୍ଣ ? ଏହି ବିଷୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା କଣ କୁହେ ଆମକୁ ତାହା ଜାଣିବା ଆବଶ୍ୟକ।
ଆମେ ସାଧାରଣତଃ ଖାଲି ପାଣି ରେ ହାତ ଧୋଇ ଥାଉ, ସେଥିରେ ଆମ ହାତରେ ଥିବା ଜୀବାଣୁ ମରନ୍ତି ନାହିଁ। ହାତ ଧୋଇବା ସମୟରେ ସାବୁନରେ 20 ସେକଣ୍ଡ ପର୍ଯନ୍ତ ହାତକୁ ଘଷି ଘଷି ଧୋଇବା,ଧୋଇବା ସମୟରେ ଧ୍ୟାନ ଦେବା ଯେପରି ପ୍ରତେକ ଆଙ୍ଗୁଠି ସନ୍ଧି,ନଖ ସନ୍ଧି,ପାପୁଲି ,କଚିବନ୍ଧ,ପ୍ରତ୍ୟେକ ଆଙ୍ଗୁଠି ଯେପରି ସଫା ହୁଏ। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ର ନିୟମାବଳୀ ଅନୁସାରେ ଆମେ 20 ସେକଣ୍ଡ ହାତ ଧୋଇବା ଓ କୋରନ ରୁ ବଂଚିବା।
କରୋନା ଠାରୁ ବଞ୍ଚିବାକୁ ହେଲେ ହାତ ଧୁଆ ସହିତ ଆମକୁ ସାମାଜିକ ବ୍ୟବଧାନ ମାନିବାକୁ ପଡିବ।
1.ଦୁହିଁଙ୍କ ମଧ୍ୟରେ 1 ମିଟର ବ୍ୟବଧାନ ରହିବା ଆବଶ୍ୟକ।
2.ଦୂରରୁ ନମସ୍କାର2 କରିବା।
3.ହାତ ମିଶାଇବା ନାହିଁ।
4.ଆଲିଙ୍ଗନ କରିବା ନାହିଁ।
5.ଚୁମା ଦେବନାହିଁ।
6.କାହାକୁ ସ୍ପର୍ଶ କରିବା ନାହିଁ।
ଆସନ୍ତୁ ନିଜେ ସଚେତନ ରହିବା ଓ ଆମ ଆଖ ପାଖରେ ଥିବା ସମସ୍ତଙ୍କୁ ସଚେତନ କରାଇବା। ଏହି ଦୁର୍ଦ୍ଧିନ ସମୟରେ ସମସ୍ତେ ସମସ୍ତଙ୍କ ପ୍ରତି ଉତ୍ତମ ମନୋଭାବ ରଖି ନିଜ ପକ୍ଷରେ ଯେତିକି ସମ୍ଭବ ସେତିକି ସାହାଯ୍ୟ କରିବା।
ଏହି ସମୟରେ ଆମକୁ ଏକ ହୋଇ ଦେଶ ପାଇଁ କୋରନ ବିପକ୍ଷରେ ଲଢ଼ିବାକୁ ପଡିବ। ଆମ ଦେଶକୁ କୋରନା ମୁକ୍ତ କରି, ଦେଶକୁ ଆଗକୁ ବଢାଇବାକୁ ପଡିବ। ସରକାରଙ୍କର ସମସ୍ତ ନୀତି ନିୟମ ମାନି କୋରନା କୁ ଅତିଶୀଘ୍ର ଦେଶରୁ ଓ ପୁରା ବିଶ୍ବରୁ ଏହାକୁ ଉତପାଡିତ କରିବାକୁ ପଡିବ।