କୁକୁଡ଼ାଖଣ୍ଡି,୨୩।୩,(ଇ. ରଞ୍ଜନ ) : ସରକାରଙ୍କ ତରଫରୁ ବିଭିନ୍ନ ରୋଗ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ଗ୍ରହଣ କରାଯାଉଛି. କିନ୍ତୁ ଗ୍ରାମାଞ୍ଚଳରେ ସ୍ୱଚ୍ଛତା କରାଯାଉନଥିବାରୁ ସରକାର ଙ୍କ ଅର୍ଥ ବ୍ୟୟ ହେଉଥିବା ବେଳେ ଲୋକ ରୋଗ ର ଶିକାର ହେଉଛନ୍ତି.. ବ୍ଲକ ମାନଙ୍କରେ ଲୋକମାନଂକୁ ମାରାତ୍ମକ କୋରନା ରୋଗରୁ ମୁକ୍ତନିମନ୍ତେ ସଚେତନ ବଣ୍ଟନ କରି ରୋଗରୁ କିପରି ଲୋକେ ମୁକ୍ତି ପାଇବା ଏବଂ ପରିବେଶ ସହ ନିଜ ଶରୀର କିପରି ଯତ୍ନ ନିଆଯିବ ସେ ନେଇ ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚ ମାନଂକୁ ବିଡ଼ିଓଙ୍କ ସଚେତନାତ୍ମକ ବାର୍ତ୍ତା ଦେଉଛନ୍ତି। କିନ୍ତୁ ତାହାକୁ ସରପଞ୍ଚ ମାନେ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି l ଏଭଳି ମହାମାରି ରୋଗରୁ ପଞ୍ଚାୟତ ଜନପ୍ରତିନିଧି ମାନେ ସଚେତନ ନକଲେ ତାହାଲେ ଆଗାମୀ ଦିନରେ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେବାରେ ସମ୍ଭାବନା ରହିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । କୁକୁଡ଼ାଖଣ୍ଡି ଅନ୍ତର୍ଗତ ହୁଗୁଳାପଠା, ଜଗଦଳପୁର, ନିମଖଣ୍ଡି, ବୋରିଗାଁ, ଗୁରୁଣ୍ଠି ପଞ୍ଚାୟତରେ ରାସ୍ତାଘାଟ ପରିଷ୍କାର ରହୁନାହିଁ । ପଞ୍ଚାୟତକୁ ପରିବେଶ ରୁ ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ ଡ଼ଷ୍ଟବୀନ ଯୋଗାଇ ଦେଇଥିଲେ ମଧ୍ୟ ତାହା ଉପଯୁକ୍ତ କାର୍ଯ୍ୟରେ ନିୟଜିତ ନହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ସୀମିତ ରହୁଥିବା ଅଭିଯୋଗ ହୋଇଛି l ଏବଂ ହୁଗୁଳାପଟା ପଞ୍ଚାୟତରେ ଯୋଗାଣ ହୋଇଥିବା ଡ଼ଷ୍ଟବିନ ପଞ୍ଚାୟତର ଗ୍ରାମସାଥି ଥିବା କେଦାରନାଥ ସ୍ୱାଇଁ ନିଜ ଘର କାର୍ଯ୍ୟ ବାଲିବୁହିବାରେ ବ୍ୟବହାର କରୁଛନ୍ତି । ଏହା ପଞ୍ଚାୟତ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏଦିଗରେ ଉଚ୍ଚକତୃପକ୍ଷ ଦୃଷ୍ଟି ଦେବାନିମନ୍ତେ ଦାବି ହୋଇଛି l