କୋଟପାଡ଼,୨୨।୨(ସୁନୀଲ ଦାସ) : କୁଷ୍ଠ ରୋଗ ନିରାକରଣ ପାଇଁ ସରକାର କରିଛନ୍ତି (NLEP) ଭଳି ଅନେକ ଯୋଜନା ହେଲେ ବାସ୍ତବିକ ଚିତ୍ର ଟିକେ ଅଲଗା ଖାଲି ବର୍ଷ କେ ଥରେ ଚାଲିଛି ।କାନ୍ଥରେ ପୋଷ୍ଟର ମରା କିନ୍ତୁ କୁଷ୍ଠ ରୋଗୀଙ୍କ କଥା ଭୁଲିଗଲେଣି ସରକାର । କୁଷ୍ଠ ରୋଗରେ ପୀଡିତଙ୍କ ସାମାଜିକ ଜୀବନ ବହୁତ ଦୁଖଃଦ ସେମାନେ କାଟୁଛନ୍ତି ଅଭିଶପ୍ତ ଜୀବନ । ସତେ ଯେମିତି ସରକାର ଯୋଜନାରୁ ସେମାନଙ୍କୁ ବାସନ୍ଦ କରାଯାଇଛି । ନା ମିଳୁଛି ଖଣ୍ଡିଏ ଘର ନା ରାସନ କାର୍ଡ। ସମସ୍ତ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ। ଭିକ୍ଷାବୃତ୍ତି ହିଁ ହୋଇଯାଇଛି କୁଷ୍ଠରୋଗୀଙ୍କ ପେଟ ପୋଷିବାର ଏକ ମାତ୍ର ମାର୍ଗ ।