ହୁଗୁଳାପଟ୍ଟା ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା

515
ADVERTISEMENT

କୁକୁଡାଖଣ୍ଡି, ୧୪/୨(ଇ.ରଞ୍ଜନ): ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ ମଲାଣଙ୍କ କାର୍ଯ୍ୟକୁ ବିରୋଧ କରିଥିବା 7ଟି ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। 10ନମ୍ବର ଜିଲ୍ଲା ପରିଷଦ ଏଲ. ମୋହନ ଦାସଙ୍କ ନେତୃତ୍ବରେ 7ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ହୁଗୁଳାପଟ୍ଟା ପଞ୍ଚାୟତରେ 16 ଜଣ ୱାର୍ଡ ସଭ୍ୟ ଅଛନ୍ତି। ଦୁଇ ତୃତୀୟାନ୍ସ ୱାର୍ଡ ସଭ୍ୟଙ୍କ ସମର୍ଥନ ମିଳିଲେ ଅନାସ୍ଥା ପ୍ରସ୍ତାବ ଗୃହିତ ହେବ। 12 ତାରିଖ ଦିନ ବିପକ୍ଷ ଗୋଷ୍ଠୀର ଅନାସ୍ଥା ଉପରେ ଶୁଣାଣି ପାଇଁ ଉପଜିଲ୍ଲାପାଳ ଡାକିଥିଲେ କିନ୍ତୁ 7 ଜଣ ୱାର୍ଡ ସଭ୍ୟ ହିଁ ସରପଞ୍ଚଙ୍କ ବିପକ୍ଷରେ ରହିଥିଲେ। 13 ତାରିଖ ଦିନ ସରପଞ୍ଚଙ୍କୁ ନିଜ ବହୁମତ ସାବ୍ୟସ୍ତ କରିବାକୁ ଡାକିଥିଲେ ସରପଞ୍ଚଙ୍କ ସପକ୍ଷରେ 8 ଜଣ ସଭ୍ୟ ସମର୍ଥନ କରିଥିଲେ। ସରପଞ୍ଚ ନିଜ ପଦ କାୟମ ରଖିଥିବା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି। ପୂର୍ବରୁ ଉକ୍ତ ସରପଞ୍ଚ ବିଜେପିରୁ ଆସି ବିଜେଡିରେ ଯୋଗଦେଇଛନ୍ତି। ସରପଞ୍ଚ ଉନ୍ନୟନ କାର୍ଯ୍ୟ କିଛି କରୁନାହାନ୍ତି, କୌଣସି କାର୍ଯ୍ୟ ବିପକ୍ଷ ସଭ୍ୟ ମାନଙ୍କୁ ଜଣାଉନାହାନ୍ତି। ଯେଉଁଥି ପାଇଁ ବିପକ୍ଷ ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।
8 ଜଣ ୱାର୍ଡ ସଭ୍ୟଙ୍କ ସମର୍ଥନ ପରେ ସରପଞ୍ଚ ପଞ୍ଚାୟତକୁ ଆସୁଥିବା ଏମଜିଏନଆରଇଜିଏସ ୱାର୍କ , ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମସ୍ତ ୱାର୍ଡ ସଭ୍ୟଙ୍କ ଗୋଚରରେ କରିବାକୁ ପ୍ରତିଶୃତି ଦେଇଥିଲେ। ପଞ୍ଚାୟତରେ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ଛକ୍କାପଞ୍ଜା ଲାଗିରହିଛି। ହୁଗୁଳାପଟ୍ଟା ସରପଞ୍ଚଙ୍କ ସମର୍ଥନରେ ୮ ଓ୍ବାଡ ସଭ୍ୟକଂ ସହ କପିଳେଶ୍ବର ତାରିଣୀ,ସୁଦାମ ସ୍ବାଇଁ,ନବୀନ ସ୍ବାଇଁ,ସମବାୟବିତ ସୁଧିର ରାଉତ,ବିଜେଡି ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ, କୁକୁଡାଖଣ୍ଡି ସରପଞ୍ଚ ଅଦଲ.ଚେନେୟା,ଶ୍ରୀକାନ୍ତ ପଣ୍ଡା,ମହୁଡା ସରପଞ୍ଚ ସଞୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଓ୍ବାଡ ସଭ୍ୟକଂ ସହ ସରପଞ୍ଚ ମିଳିମିଶି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିବାକୁ ସଂକଳ୍ପ ନେଇଥିଲେ।

Advertisement