ପାରଳାଖେମୁଣ୍ଡି,୪।୨(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ଥାନା ଅଧୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ନିକଟରେ ଗତ କାଲି ରାତିରେ ଏକ ବାଇକ୍ କୁ ଅନ୍ୟ ଏକ ପିକ୍ ଅପ୍ ଭ୍ୟନ ଧକ୍କା ଦେଇଛି। ଫଳରେ ବାଇକ୍ ଆରୋହୀ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁମ୍ମା ବ୍ଲକ ତଳତାମସିଂ ଗ୍ରାମର ବାରିନା ଗମାଙ୍ଗ (୩୫)। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏହା ସହ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ସୂଚନା ଅନୁଯାୟୀ ବାରିନୀ କୈାଣସି କାମରେ ପାରଳାଖେମୁଣ୍ଡି ଆସିଥିଲେ। କାମସାରି ୭ ଟା ସମୟରେ ବାଇକ୍ ରେ ଘରକୁ ଫେରୁଥିଲେ। ତେବେ ପାରଳାଖେମୁଣ୍ଡି ଠାରୁ ମାତ୍ର ୪ କିମି ଦୂରରେ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ପିକ୍ ଅପ୍ ଭ୍ୟନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାରିନାଙ୍କ ମୃତ୍ୟୁ ହୋଇଛି। ପାରଳାଖେମୁଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି।