ମଳାସପଦରରେ ଯୁଗ୍ମ ଅଭିଯୋଗ ଶୂଣାଣୀ

281
ADVERTISEMENT

ମୋହନା,୨୮।୧ (ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମଳାସପଦର ପଂଚାୟତ ପରିସରରେ ଯୁଗ୍ମ ଅଭିଯୋଗ ଶୂଣାଣୀ ହୋଇଯାଇଛି । ଏହି ଶୁଣାଣୀରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶାରା ସର୍ମା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ସରୋଜ କୁମାର ବେହେରା, ବିଡିଓ ବଂଶିଧର ଖୋସଲା, ଏସଡିପିଓ ଅଶୋକ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ଜିପିଇଓ ନରସିଂହ ମାଣ୍ଡାଙ୍ଗୀ ଉପସ୍ଥିତ ଥିଲେ । ମୋଟ ୧୨୩ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୪୧ଟି ବ୍ୟକ୍ତିଗତ ଓ ୮୨ଟି ସାମୁହିକ ଅଭିଯୋଗ ରହିଥିଲା । ବ୍ଲକର ବିଭିନ୍ନ ପଂଚାୟତରୁ ସରପଂଚ ସମିିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ସହିତ ଅଂଚଳବାସୀ ସାଧାରଣତଃ ମୌଳିକ ସୁବିଧା ପାନୀୟ ଜଳ, ଚେକ ଡ୍ୟାମ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନର ସୁବିଧାପାଇଁ ଜିଲ୍ଲପାଳଙ୍କ ନିକଟରେ ଦାବି କରିଥିଲେ । ବିଭିନ୍ନ ସମସ୍ୟାକୁ ନେଇ ୯ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠୀରୁ ୧ ଲକ୍ଷ ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୮ ଜଣଙ୍କୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବ୍ଳକର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Advertisement