କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ

184
ADVERTISEMENT

ବ୍ରହ୍ମପୁର,୧୫।୧(ଋଷିକେଶ ବେହେରା ) : ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ମହାବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ୨୦୧୯-୨୦୨୦ ଅନୁଷ୍ଠିତ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ଏହି ଉତ୍ସବରେ ଅଧକ୍ଷ ଡ଼ଃ .ସୁଶାନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଇଣ୍ଡିଆନ ଓଭର ସିଜ଼ ବ୍ୟାଙ୍କ ବ୍ରହ୍ମପୁର ଅଞ୍ଚଳର କାର୍ଯ୍ୟଳୟ ପ୍ରବନ୍ଧକ ମନୋଜ କୁମାର ସୋରେନ ମୁଖ୍ୟ ଅତିଥି ବରିଷ୍ଟ ପ୍ରବନ୍ଧକ ମୀନକେତନ ଜେନା ଓ ନରେନ୍ଦ୍ରପୁର ସାଖା ପ୍ରବନ୍ଧକ ଶକ୍ତିଧର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଅନ୍ୟତମ ଅତିଥି ବରିଷ୍ଟ ପ୍ରାଧ୍ୟାପକ ଧରିଣୀଧର ପଣ୍ଡା +୩ ର ଭାରପ୍ରାପ୍ତ ଅଧକ୍ଷ ଭୂଷଣ ସାହୁ ଓ କ୍ରୀଡା ସଂସଦର ଉପସଭାପତି ବାବୁଲା କୁମାର ନାୟକ ମଂଚାସୀନ ଥିଲେ l କାର୍ଯ୍ୟକ୍ରମର ସଂଯୋଜନା ଡ଼ଃ ହୃଷିକେଶ ପାଣିଗ୍ରାହୀ କରିଥିବା ବେଳେ ପ୍ରତିଯୋଗିତାର ଗୋକୁଳାନନ୍ଦ ପାତ୍ର ପରିଚାଳନା କରିଥିଲେ l ଚଳିତ ବର୍ଷ କ୍ରୀଡ଼ାରେ +୨ ସ୍ତରରୁ ଏସ.କାମେଶ୍ୱରୀ ରେଡ୍ଡୀ ମହିଳା ଚମ୍ପିୟାନ ଓ ସନ୍ତୋଷ କୁମାର ସେଠି ପୁରୁଷ ଚମ୍ପିୟାନ ହୋଇଥିଲେ l +୩ ସ୍ତରରୁ ମହିଳା ଚମ୍ପିୟାନ ଜନନୀ ଦାସ,ପୁରୁଷ ଚମ୍ପିୟାନ ଶ୍ରୀଧର ପାତ୍ର ହୋଇଥିଲେ l ପ୍ରାଧ୍ୟାପିକାଙ୍କ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Advertisement