ଓଜେୟୁ ସଭାପତିଙ୍କ ବିୟୋଗରେ ବାଲିଗୁଡ଼ା ସାମ୍ବାଦିକ ସଙ୍ଘର ଶୋକ ସଭା

246
ADVERTISEMENT

କନ୍ଧମାଳ,୩୦।୧୨(ଡି.ଏଚ/ସୁରେଶ ପଣ୍ଡା ):ଓଡିଶା ସାମ୍ବାଦିକ ସଂଘ(ଓଜେୟୁ)ର ପ୍ରତିଷ୍ଠାତା, ବିଶିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଭାତ ଦାସଙ୍କ ଅକାଳ ବିୟୋଗରେ ବାଲିଗୁଡ଼ା ସାମ୍ବାଦିକ ସଂଘ ଦୁଃଖ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ବିଭୁ ପାର୍ଥନାର ଆୟୋଜନ କରିଅଛି। ସାମ୍ବାଦିକ ସଂଘର ବୈଜେଷ୍ଠ ଶ୍ରୀ ନାରାୟଣ ଚୌଧୁରୀଙ୍କ ଆବାହକତ୍ୱରେ ଗାନ୍ଧୀଛକ ସ୍ଥିତ ପୀଡ଼ବ୍ଲୁଡ଼ି ବଙ୍ଗଳା ପ୍ରାଙ୍ଗଣରେ ଏକ ଶୋକ ସଭାରେ ଆୟୋଜନ କରିବା ସହିତ ସଂଘ ସଦସ୍ୟଙ୍କ ଦ୍ୱାରା ସ୍ବର୍ଗତ ପ୍ରଭାତ ଦାଶଙ୍କ କାର୍ଯ୍ୟକୁଶଳତା, ବାଗ୍ମୀତା, ଏକ ନିଷ୍ଟତା ତଥା ବନ୍ଧୁ ବତ୍ସଳ ପ୍ରକୃତିରେ ସ୍ମୁତି ଚାରଣ କରିଛନ୍ତି। ସଂଯୋଜନାରେ ଆୟୋଜିତ ଦୁଇ ମିନଟ ନିରବ ପ୍ରାଥନା ସହିତ ଶୋକସନ୍ତପ୍ତ ପରିବାରକୁ ବାଲିଗୁଡ଼ା ପ୍ରେସ କ୍ଲବ ପରିବାର ପକ୍ଷରୁ ସମବେଦନା ଜ୍ଞାପନ କରାଯିବା ସହ ଓଡିଶା ସାମ୍ବାଦିକ ସଂଘର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପଣ କରାଯାଇଅଛି। କାର୍ଯ୍ୟକ୍ରମରେ ସାମ୍ବାଦିକ ନାରାୟଣ ଚୌଧୁରୀ, , ଭଗବତୀ ପ୍ରସାଦ ସାବତ, ଅସିତ ନାରାୟଣ ବେହେରା , ଚିତ୍ତରଞ୍ଜନ ନାୟକ, ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସ୍ମୁତିଚାରଣ କରିଥିଲେ ।

Advertisement