କୋରାପୁଟ,୨୪/୧୨,(ଡି.ଏଚ/ଦୟାନିଧି ପଟ୍ଟନାୟକ) : ଆଉ ଦିନକେ ପରେ ଧରାବତରଣ କରିବେ ପ୍ରଭୁ ଯିଶୁ ଖ୍ରିଷ୍ଟ ।ଏହି ଦିନଟିକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇପଡିଛି ଜୟପୁର ସହର। Christmas tree ସାଙ୍ଗକୁ santa Claus ବିକ୍ରି ନେଇ ବଜାରରେ ବେଶ ଭିଡ଼ ଜମୁଛି । Christmas tree ସହ ରଙ୍ଗ ବିରଙ୍ଗ ର star ସାଙ୍ଗ କୁ ଜିଙ୍ଗରବେଲ ଏବଂ ପ୍ରଭୁ ଯିଶୁ ଖ୍ରିଷ୍ଟଙ୍କ ଆଗମନ ପାଇଁ ସମସ୍ତେ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରିଦେଇଛନ୍ତି। ପ୍ରଭୁଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ଖ୍ରୀଷ୍ଟାଧର୍ମାଲମ୍ୱ ଯେତେ ଉସ୍ରାହିତ ଅଛନ୍ତି ସେତେକି ହିନ୍ଦୁ ମୁସଲମାନ ସମ୍ପ୍ରଦାୟର ଲୋକ ମଧ୍ୟ ଏହି ବଡଦିନ ପାଳନ କରିବା ପାଇଁ ଅପେକ୍ଷା କରିଛନ୍ତି। ଭାରତଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ସବୁ ଧର୍ମ ସମାନ ରହିଥିବା ବେଳେ ଜୟପୁର ରେ ମଧ୍ୟ ଖ୍ରିଷ୍ଟମାସ କୁ ଭାଇଚାରାର ପର୍ବ ରୂପେ ପାଳନ କରିବା ପାଇଁ ସମସ୍ତ ଙ୍କ ମନ ବେଶ୍ ଉସ୍ରାହ ଦେଖିବାକୁ ମିଳିଛି।ଆଉ ଏଥିପାଇଁ ସୁନ୍ଦର ଅଲୋକ ,ଲିଚୁ ସାଙ୍ଗକୁ ସୁନ୍ଦର ତୋରଣରେ ସୁସଜିତ ଭାବେ ସଜଡା ହେଉଛି ସହର ର ଥିବା ସମସ୍ତ ଚର୍ଚ୍ଚ ।ଯାହାକୁ ନେଇ ଚର୍ଚ୍ଚ ଗୁଡିକରେ ଲୋକଙ୍କ ବେଶ ଭିଡ଼ ଜମୁଛି । ଏବେ ଶେଷ ପର୍ଯ୍ୟାରେ ପହଞ୍ଚି ଲାଣି ଲୋକଙ୍କ ଚାହିଦା ଓ ମନ ପସନ୍ଦ କୁ ଆଖି ଆଗରେ ରଖି ବିଭିନ୍ନ ରଙ୍ଗ ର candal ଓ ଲିଟୁଲାଇଟ , Christmas tree ଗିତ ବୋଲୁଥିବା santa Claus ସହ varaties of star ବଜାରରେ ପସରା ମେଲାଇ ଦେଇଛି ବ୍ୟବସାୟୀ। singing Santa Claus ଗ୍ରାହକ କୁ ବେଶ ଆକୃଷ୍ଟ କରୁଥିବାବେଳେ ଗୋଟିଏ କୁ ୭୦୦ରୁ ଅଧିକ ଟଙ୍କାରେ କିଣି ନେଉଛନ୍ତି ଗ୍ରାହକ। ସେହିପରି କେକ୍ ବେକ୍ରିରେ ମଧ୍ୟ order ଦିଆସାରିଛି କେବଳ ଅପେକ୍ଷା ଅଛି Christmas। ଯାହାକୁ ନେଇ ବେଶ୍ ଉସ୍ରାହିତ ଅଛନ୍ତି ଜୟପୁର ବାସୀ।