୨0ବର୍ଷରୁ ଉର୍ଦ୍ଧ୍ୱ ହେବ ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ ହୋଇଛି : କିନ୍ତୁ ବଡ଼ ଦୁଃଖର ବିଷୟ ହିତାଦିକାରୀଙ୍କୁ ଜାଗା ଚିହ୍ନଟ କରି ଦିଆଯାଇ ନାହିଁ

325
ADVERTISEMENT

କୋରାପୁଟ,୧୬।୧୨(ଡି.ଏଚ/ଦୟାନିଧି ପଟନାୟକ ) : 1998ମସିହାରେ 100ଉର୍ଦ୍ଧ୍ୱ ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ କଲେ ରାଜ୍ୟସରକାର କିନ୍ତୁ ଆଜିକୁ 20ବର୍ଷରୁ ଉର୍ଦ୍ଧ୍ୱ ବିତିଗଲେ ମଧ୍ୟ ହିତାଦିକାରୀଙ୍କୁ ଜାଗା ଚିହ୍ନଟ କରି ଦେଇ ନାହାନ୍ତି ଯାହା ଫଳରେ ଲୋକେ ସରକାରଙ୍କ ମୋକୁଡିଆ ଭଳି ଅନେକ ଯୋଜନାରୁ ବାଦ ପଡୁଥିବା ଦର୍ଶାଇ ଆଜି ବୋରିଗୁମ୍ମା ଅତିରିକ୍ତ ତହସିଲଦାର ନର୍ସିଙ୍ଗ ଗାଦବାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଖୁଦିଗୁଡାର 60ଟିପରିବାର ଏବଂ ଅତି ଶୀଘ୍ର ଜାଗା ଚିହ୍ନୋଟ କରିବା ପାଇଁ ନିବେଦନ କଲେ । ଏହି ଦାବିପତ୍ର ପ୍ରଦାନ ବେଳେ ବୋରିଗୁମ୍ମା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ପଟ୍ଟନାୟକ, ଏଲ. ନାରାୟଣ ରାଓ (ଜିଲ୍ଲା ପରିଷଦ ସଭ୍ୟ ), ବିଜୟ ନାରାୟଣ ସାହୁ ( ବିଜେପି ବୋରିଗୁମ୍ମା ମଣ୍ଡଳ ସଭାପତି ), ଜି. ମୋହନ ଡୋରା ପ୍ରମୁଖ ଯୋଗଦେଇଥିଲେ । ଅତିରିକ୍ତ ତହସିଲଦାର ବୋରିଗୁମ୍ମା ନର୍ସିଙ୍ଗ ଗାଦବାଙ୍କୁ ଦାବି ପ୍ରଦାନ କରିଥିଲେ ।

Advertisement